କଲଚରାଲ ଏକାଡେମୀ  ଆୟୋଜିତ ‘୩୬ତମ ଲୋକନାଟକ ମହୋତ୍ସବ’ ଉଦ୍‌ଘାଟିତ

1 min read
Spread the love

ପ୍ରଥମ ଦିନରେ ‘ଭିଟାମାଟି’ ନାଟକ ମାଧ୍ୟମରେ ବାସଚ୍ୟୁତସଙ୍କ ସମସ୍ୟାର ବାର୍ତ୍ତା

ରାଉରକେଲା ସହରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ କଲଚରାଲ୍‌ ଏକାଡେମୀ, ରାଉରକେଲା ପକ୍ଷରୁ ୩୬ତମ ଲୋକନାଟକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏକାଡେମୀର ଉପସଭାପତି ତଥା ବରିଷ୍ଠ ଲେଖିକା ବିଷ୍ଣୁପ୍ରିୟା ମହାପାତ୍ରଙ୍କ ସଭାପତିତ୍ୱରେ ହୋଇଥିବା ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ ମନ୍ତ୍ରୀ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଯୋଗଦେଇଥିଲେ। ଶ୍ରୀ ମଲ୍ଲିକ ରାଉରକେଲା ଗୋଟିଏ ମିନି ଇଣ୍ଡିଆ ଓ ସାଂସ୍କୃତିକ ସହର ବୋଲି କହିବାସହ ବିଚ୍ୟୁତ ସମାଜକୁ ନୂଆ ଧରଣର ସମାଜରେ ପରିଣତ କରିବା ନିମନ୍ତେ ଲୋକନାଟକ ପ୍ରଦର୍ଶନ ଏକ ଉତ୍ତମ ବ୍ୟବସ୍ଥା ବୋଲି କହିଛନ୍ତି। ଲୋକନାଟକ ମହୋତ୍ସବ-୨୦୨୪ ରେ ସମ୍ୱର୍ଦ୍ଧିତ ବିଶିଷ୍ଟ ନାଟ୍ୟକାର ଓ ନାଟ୍ୟଶିଳ୍ପୀ ରମାକାନ୍ତ ମହାରଣା କହିଲେ ନିଜ ବକ୍ତବ୍ୟରେ କଲଚ଼ରାଲ ଏକାଡେ଼ମୀ ନିଜେ ନିଜର ପରିଚୟ ବୋଲି କହିବା ସହ ପିଲାଟି ଦିନରୁ ଦେଖିଆସିଛି କଲଚ଼ରାଲ ଏକାଡେ଼ମୀ ଓଡ଼ିଆ ଭାଷା ସାହିତ୍ୟ ଉନ୍ନତି ପାଇଁ ପ୍ରୟାସ ଜାରି ରଖିଛି ବୋଲି କହିଥିଲେ। ବରେଣ୍ୟ ଅତିଥିଭାବେ ବିଧାୟକ ସୁବ୍ରତ ତରାଇ ସାମ୍ପ୍ରତିକ ସମୟରେ ମଣିଷ ମେଶିନ୍‌ ହୋଇଯାଇଥିବାରୁ ମଣିଷତ୍ୱ ହରାଇ ବସୁଛି ବୋଲି କହିବା ସହ ନାଟକ ଏହି କ୍ରମରେ ଏକ ଭଲ ମାଧ୍ୟମ ବୋଲି କହିଥିଲେ। ସ୍ୱତନ୍ତ୍ର ଅତିଥିଭାବେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗଦେଇ ଓଡ଼ିଶାର ଅନ୍ୟତମ ପୂରାତନ ଅନୁଷ୍ଠାନ କଲଚରାଲ ଏକାଡେମୀର ନବକଳେବର କରିବାର ଆବଶ୍ୟକତା ରହିଛି ବୋଲି କହିବା ସହ ଏହା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କହିଥିଲେ।ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ନବପତ୍ର ସମ୍ପାଦକ ଡ. ପ୍ରଭାତ ମଲ୍ଲିକ। ମାନପତ୍ର ପାଠ କରିଥିଲେ ପରେଶ ବିଶ୍ୱାଳ। ମଞ୍ଚ ପରିଚାଳନା କରିଥିଲେ ଲୋକନାଟକ ମହୋତ୍ସବର ଆବାହକ ନୃସିଂହ ରାଉତ। ଏଥିରେ କଲଚରାଲ ଏକାଡେମୀର ସାଧାରଣ ସମ୍ପାଦକ କାଶୀନାଥ ପାତ୍ରଙ୍କ ସମେତ ସଦସ୍ୟ ଡ.ଶ୍ରୀକାନ୍ତ ମହାନ୍ତି, ଡା.କୃପାସିନ୍ଧୁ ନାୟକ, କେଦାରନାଥ ପ୍ରଧାନ, ବିଚିତ୍ରାନନ୍ଦ ସାହୁ, ବଳରାମ ରାଉଳ, ନିକୁଞ୍ଜ ରାଉତରାୟ, ଗୋକୁଳାନନ୍ଦ ଦାଶ, ସୁକାନ୍ତ ମହାପାତ୍ର, ଅକ୍ଷୟ ପଣ୍ଡା, କିଶୋର ଚନ୍ଦ୍ର ବେହେରା, ସୁଜିତ କୁମାର ନାଏକ, ବିଜୟ ରାୟ, ସୁକାନ୍ତ ଖୁଣ୍ଟିଆ ପ୍ରମୁଖ ସହଯୋଗ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଡ.ନଗେନ କୁମାର ଦାସ।

ଏହି ଅବସରରେ ନାଟ୍ୟଅନୁଷ୍ଠାନ-ସାରନା ନବ ଯୁବକ ସଂଘ, ରାଉରକେଲା ପକ୍ଷରୁ ପରିବେଷଣ ହୋଇଥିଲା ନାଟକ-‘ଭିଟାମାଟି’। ଆର୍ତ୍ତତ୍ରାଣ ମହାପାତ୍ରଙ୍କ ରଚନା ଓ ପ୍ରଦୀପ ପଣ୍ଡାଙ୍କ ନିଦ୍ଦେର୍ଶନାରେ ପରିବେଷିତ ଏହି ନାଟକରେ  ପୈତୃକ ଘରଡ଼ିହରୁ ବା ସମ୍ପଦରୁ ବଞ୍ଚିତ ବାସଚ୍ୟୁତମାନଙ୍କ ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା। ସାମ୍ପ୍ରତିକ ସମୟରେ ବିକାଶ ନାଆଁରେ କଳକାରଖାନା, ଖଣି ଖନନ, ବଡ଼ ନଦୀବନ୍ଧ ଯୋଜନା ପ୍ରତିଷ୍ଠା ଆଳରେ ବାସଚ୍ୟୁତ ପ୍ରକ୍ରିୟା ଯୋଗୁଁ ହେଉଥିବା ସମସ୍ୟା ଓ ନିଜ ବାସସ୍ଥାନ ହରାଇଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ନାଟକ ମାଧ୍ୟମରେ ଚମତ୍କାରଭାବେ ଅଭିନେତାମାନେ ପ୍ରଦର୍ଶନ କରିଥିଲେ। ତେଣୁ ସରକାର ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠା କରନ୍ତୁ ଏଭଳି ସ୍ଥାନରେ ଯେଉଁଠାରୁ ଲୋକ ବାସଚ୍ୟୁତ ହେବେ ନାହିଁ, ଅଧିକ ବୃକ୍ଷ ଚ୍ଛେଦନ ହେବ ନାହିଁ, ପରିବେଶ ସୁରକ୍ଷିତ ରହିବ ବୋଲି ବାର୍ତ୍ତା ଦିଆଯାଇଥିଲା ନାଟକ ମାଧ୍ୟମରେ। ନାଟକରେ ବିଭିନ୍ନ ଭୂମିକାରେ ଶିବ ମହାନ୍ତି, ପ୍ରତାପ, ଭାସ୍କର, ପ୍ରତିକ୍ଷା, ଲିପ୍ସା, ଦେବାଶିଷ, ଅଂଶୁ, ସୁନିଲ, ଶିବ, ସ୍ୱାଗତ, ସୌଭାଗ୍ୟ, ବାଦଲ ପ୍ରମୁଖ ଅଭିନୟ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!