ସ୍ୱତନ୍ତ୍ର ଛାତ୍ରଛାତ୍ରୀମାନଙ୍କ ପାଇଁ ଆର୍ଏସପି ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିରରେ ଆୟୋଜିତ
1 min read
ରାଉରକେଲା ଇସ୍ପାତ କାରଖାନାର ସିଏସ୍ଆର ବିଭାଗ ଦ୍ୱାରା ହୋମ୍ ଏବଂ ହୋପ୍ ଠାରେ ଆୟୋଜିତ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିରରୁ ସେକ୍ଟର-୧୭ ସ୍ଥିତ ହୋମ ଏବଂ ହୋପ୍, ବଧିରମାନଙ୍କ ପାଇଁ ସେକ୍ଟର-୭ ସ୍ଥିତ ରାଉରକେଲା ବିଦ୍ୟାଳୟ, ଫର୍ଟିଲାଇଜର ସ୍ଥିତ ଆଶା ବିଦ୍ୟାଳୟ ଏବଂ ଲାଠିକଟା ସ୍ଥିତ,ରାଧା କୃଷ୍ଣ ଦ୍ରୁଷ୍ଟିହୀନ ବିଦ୍ୟାଲୟ ରୁ ସମୁଦାୟ ୧୦୬ ଜଣ ପିଲା ଉପକୃତ ହୋଇଛନ୍ତି। ସିଏସ୍ଆର ବିଭାଗର ମହାପରବନ୍ଧକ ସୁଶ୍ରୀ ମୁନ୍ ମୁନ୍ ମିତ୍ର ଶିବିର ପରିଦର୍ଶନ କରି ଶିବିର ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ ସିଏସ୍ଆରର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ଶିବିରରେ ଅଂଶଗ୍ରହଣ କରୁଥିବା ସଂପୃକ୍ତ ଅନୁଷ୍ଠାନର ମୁଖ୍ୟ ତଥା ପ୍ରତିନିଧୀମାନେ ଉପସ୍ଥିତ ଥିଲେ। ଇସ୍ପାତ ଜେନେରାଲ ହସ୍ପିଟାଲର ଶିଶୁ ନିଦାନ, ଇଏନଟି ଏବଂ ଜେନେରାଲ୍ ମେଡିସିନ୍ ବିଭାଗର ଉତ୍ସର୍ଗୀକୃତ ଡାକ୍ତରଙ୍କ ଏକ ଦଳ ଏହି ଶିବିର ପରିଚାଳନା କରିଥିଲେ। ଏହି ଶିବିର ଜେନେରାଲ୍ ଫିଜିକାଲ୍ ପରୀକ୍ଷା, ଚନ୍ତ ଚିକିତ୍ସା ସହିତ ଆଖି ଏବଂ କାନ ଆଦି ପରୀକ୍ଷା ଅନ୍ତର୍ଭୁକ୍ତ ଥିଲା। ସମସ୍ତ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଚିକିତ୍ସା ପରାମର୍ଶ ଏବଂ ସତର୍କତାମୂଳକ ପଦକ୍ଷେପ ଦିଆଯାଇଥିଲା। ଏହି ଶିବିରକୁ ସିଏସ୍ଆର୍ ବିଭାଗର ଏଜିଏମ୍ ଏ.ଏନ୍ .ପତି ସଂଯୋଜନା କରିଥିଲେ।