ବିଜୁ ଜନତା ଦଳ ର 27ତମ ପ୍ରତିଷ୍ଠା ଦିବସ ରାଉରକେଲା ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

1 min read
Spread the love

ଜୀବନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିର ରେ ମୋଟ 100 ୟୁନିଟ୍ ରକ୍ତ ସଂଗୃହିତ।

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳ ବିକାଶ ପଥରେ ସଫଳତାର 26 ବର୍ଷ ସଂପୂର୍ଣ୍ଣ କରି 27ବର୍ଷ ରେ ପଦାର୍ପଣ କରିଛି। ଜନତା ଙ୍କ ସାଥିରେ ପ୍ରତି ମୁହୁର୍ତ୍ତ ରେ ଛିଡା ହେବା ସହ କେନ୍ଦ୍ର ବିରୋଧରେ ଲଢେ଼ଇ କରି ସବୁବେଳେ ଜନତା ଙ୍କ ସ୍ବାର୍ଥ କୁ ପ୍ରାଧାନ୍ୟ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି। ଦଳର 27 ତମ ପ୍ରତିଷ୍ଠା ଦିବସ ରେ ରାଜ୍ୟ ର ପ୍ରତି ବ୍ଲକ୍, ପଞ୍ଚାୟତ, ମହାନଗର ଓ ପୌରପାଳିକା ରେ ବେଶ୍ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ରାଉରକେଲା ବିଜୁ ଜନତା ଦଳ ପକ୍ଷରୁ ଏହି ଦିବସରେ ଶ୍ରମ ଓ ଇଏସ୍ଆଇ ବିଭାଗୀୟ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଙ୍କ ନେତୃତ୍ୱ ରେ ବିଭିନ୍ନ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି କ୍ରମରେ ସକାଳୁ ଏକ ମାରାଥନ ଦୌଡ଼ ଉଦିତନଗର ପଡିଆରୁ ଆରମ୍ଭ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ। ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ବିଜୁ ଜନତା ଦଳ ଜିନ୍ଦାବାଦ ର ସ୍ଲୋଗାନ ଦେଇ ପାନପୋଷ ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ହକି ଛକ ପର୍ଯ୍ୟନ୍ତ ଯାଇଥିଲେ।

ଏହି ମାରାଥନ କାର୍ଯ୍ୟକ୍ରମ ପରେ ଦଳୀୟ ନେତୃବୃନ୍ଦଙ୍କ ସମେତ ଯୁବ, ଛାତ୍ର ଓ ମହିଳା କର୍ମୀମାନେ ଛେଣ୍ଡ  କଳିଙ୍ଗ ବିହାର ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ସମବେତ ହୋଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ବିଜୁ ବାବୁଙ୍କ ନାମରେ ନାମିତ ଆଞ୍ଚଳିକ ଦଳ ସାରା ରାଜ୍ୟରେ  ବିକାଶ ଓ ଯୋଜନା ର ସଫଳ ରୂପାୟନ କରି ସମଗ୍ର ଭାରତବର୍ଷରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ରାଜ୍ୟ ଯୁବ, ଛାତ୍ର ଓ ମହିଳା ବିଜୁ ଜନତା ଦଳ ପକ୍ଷରୁ ରାଉରକେଲା ଡେଲି ମାର୍କେଟ ସ୍ଥିତ ଟାଉନ ହାଇସ୍କୁଲ ରେ ଏକ ଜୀବନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ସ୍ବେଛାକୃତ ଭାବେ ଆସି ରକ୍ତଦାନ କରିଥିଲେ। ଏହି ଶିବିର ରେ ମୋଟ 100ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ପରେ ବାସନ୍ତୀ କଲୋନୀ ସ୍ଥିତ ବାସନ୍ତୀ ସାଂସ୍କୃତିକ ପରିଷଦ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ବରିଷ୍ଠ ଓ ସକ୍ରୀୟ କର୍ମୀ ମାନେ ଯୋଗଦାନ କରି ଦଳ କୁ ଆହୁରି ମଜଭୂତ କରିବା ପାଇଁ ଶପଥ ପାଠ କରିଥିଲେ। ଆସନ୍ତା 2024 ନିର୍ବାଚନ ରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବା ପାଇଁ ସମସ୍ତେ ଏକ ମନ ଏକ ପ୍ରାଣ ହୋଇ କାର୍ଯ୍ୟ କରିବା ନେଇ ଦୃଢ଼ ସଂକଳ୍ପ ନେଇଥିଲେ। ଏ ସମସ୍ତ କାର୍ଯ୍ୟକ୍ରମ ସଫଳ କରିବା ରେ ଦଳର ରାଉରକେଲା ନଗର ସଭାପତି ଗଗନ ପଣ୍ଡା ଙ୍କ ସମେତ ବରିଷ୍ଠ ନେତା ବ୍ରିଜ ମୋହନ ଅଗ୍ରୱାଲ, ଅନନ୍ତ ପାତ୍ର, ଯୁବ ଓ ଛାତ୍ର ନେତା ବିଭୂତି ପୁହାଣ, ସୁଶାନ୍ତ ରାଉତ, ଡି ଅଭିକ୍ କୁମାର, ସଞ୍ଜୀତ ଛୋଟରାୟ, ଚକ୍ରଧର ମଲ୍ଲିକ, ଜ୍ୟୋସ୍ନା ନାୟକ, ସ୍ମିତା ମାହାନ୍ତି, ଓମ୍ ପ୍ରକାଶ ସାହୀ, ଜ୍ଞାନେନ୍ଦ୍ର ଜେନା, ମୀନ କେତନ ନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!