ସୁନାଫୁଲ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ସାରସ୍ୱତ କୁମ୍ଭମେଳା : ଟିକିଟିକି ସୁନାଫୁଲର ନବବର୍ଷ ସଂଖ୍ୟା ଉନ୍ମୋଚିତ
1 min read
ରାଉରକେଲା: ରାଜ୍ୟର ଅଗ୍ରଣୀ ସାହିତ୍ୟ ସମାଜସେବୀ ଅନୁଷ୍ଠାନ ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ଛେଣ୍ଡ କଲୋନୀ ସ୍ଥିତ ରିମ୍ସ କଲେଜରେ ରାଜ୍ୟସ୍ତରୀୟ ୧୩ତମ ସୁନାଫୁଲ ସାରସ୍ୱତ ମହାକୁମ୍ଭମେଳା ତଥା ବାର୍ଷିକୋତ୍ସବ , ସମ୍ୱର୍ଦ୍ଧନା , କବିତାପାଠ , ଆଲୋଚନା, ସାଂସ୍କୃତିକ କାଯ୍ର୍ୟକ୍ରମ ଓ ବନ୍ଧୁମିଳନ ପାଳିତ ହୋଇଯାଇଛି। ସଂସଦର ସଭାପତି ମହେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ସମ୍ପାଦିତ ହୋଇଥିବା ଏହି କାଯ୍ର୍ୟକ୍ରମରେ ଉଦଘାଟକ ଭାବେ ରାଜ୍ୟ ଶ୍ରମ ଓ ଶ୍ରମିକ ବୀମା ବିଭାଗ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ମୁଖ୍ୟଅତିଥି, ବରେଣ୍ୟା ଅତିଥିଭାବେ ରିମ୍ସ ମହାବିଦ୍ୟାଳୟର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ, ବଡଗାଁ ପଞ୍ଚାୟତ ମହାବିଦ୍ୟାଳୟର ଓଡିଆ ବିଭାଗ ପ୍ରଧ୍ୟାପିକା ସୁପ୍ରିୟା ପାଲ ମୁଖ୍ୟ ବକ୍ତା ଏବଂ ସମାଜସେବୀ ଅଭୟ କୁମାର ଦାସ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ‘ଶିଶୁ ସାହିତ୍ୟ : କାଲି , ଆଜି ଓ ଆସନ୍ତା କାଲି’ ଶୀର୍ଷକ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ନାୟକ ସ୍ୱଛତା ତଥା ମନର ପବିତ୍ରତା ହିଁ ସବାର୍କର୍ଷଣର ମୂଳାଧାର , ସୁନାଫୁଲର ସ୍ୱଛତାହିଁ ତାକୁ ଓଡିଶା ପରିଚିତ କରାଉଛି ବୋଲି କହିଥିଲେ। ଏହି ଅବସରରେ ଟିକିଟିକି ସୁନାଫୁଲ ପତ୍ରିକାର ନବବର୍ଷ ସଂଖ୍ୟା ଲୋକାର୍ପଣ , ସମ୍ୱର୍ଦ୍ଧନା ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ଉତ୍ସବରେ ନଳିନୀପ୍ରଭା ପଟ୍ଟନାୟକଙ୍କୁ ସୁନାଫୁଲ ପ୍ରଜ୍ଞାଶ୍ରୀ ସମ୍ମାନ , ଜଗତସିଂପୁରର ଶିଶୁ ସାହିତ୍ୟିକ ଶରତ କୁମାର ମହାପାତ୍ରଙ୍କୁ ସୁନାଫୁଲ ସାରସ୍ୱତ ଶିଶୁଲେଖକ ସମ୍ମାନ, ରାଉରକେଲାର ଉପେନ୍ଦ୍ର କୁମାର ବସ୍ତିଆ ଓ ପୁଷ୍ପଲତା ପାଣିଗ୍ରାହୀଙ୍କୁ ସୁନାଫୁଲ ଶିଶୁଶ୍ରୀ ସମ୍ମାନ, ରେବତୀ ବଲ୍ଲଭ ବେହେରାଙ୍କୁ ସୁନାଫୁଲ ସଂସ୍କୃତିଶ୍ରୀ ସମ୍ମାନ, ନିରୂପମା ପଟେଲଙ୍କୁ ସୁନାଫୁଲ ପ୍ରକୃତିଶ୍ରୀ ସମ୍ମାନ , ଅଶୋକ କୁମାର ପାତ୍ରଙ୍କୁ ସୁନାଫୁଲ ଆଦର୍ଶ ନବ ପ୍ରତିଭା ଲେଖକ ସମ୍ମାନ, ପ୍ରଫୁଲ୍ଲ କୁମାର ପଟେଲଙ୍କୁ ସୁନାଫୁଲ ଆଦର୍ଶ ଗୁରୁ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ସହିତ ବଲାଙ୍ଗିରରୁ ଆସିଥିବା ଇନ୍ଦ୍ରଧନୁର ସମ୍ପାଦିକା ସବିତା ଭୋଇଙ୍କୁ ସୁନାଫୁଲ ଆଦର୍ଶ ଶିଶୁ କିଶୋର ପତ୍ରିକା ସମ୍ପାଦକ ସମ୍ମାନ , ବଣାଇଗଡ଼ର ଶୁଆଶାରୀ ପତ୍ରିକାର ସମ୍ପାଦକ ସମୀର କୁମାର ପାଢୀ ଙ୍କୁ ସୁନାଫୁଲ ଆଦର୍ଶ ଶିଶୁ କିଶୋର ପତ୍ରିକା ସମ୍ପାଦକ ସମ୍ମାନ ପ୍ରଦାନ କରାଯିବା ସହ ସମଗ୍ର ରାଜ୍ୟରୁ ଆସିଥିବା ୨୫ରୁ ଉର୍ଦ୍ଧ ଶିଶୁ ସାହିତ୍ୟିକଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଏହା ସହ କୋଡି ଜଣ ନ୍ୃତ୍ୟ ଓ ସଂଗୀତ ଶିଳ୍ପୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଶିଶୁ ସାହିତ୍ୟିକ ସତ୍ୟବ୍ରତ ଦାଶଙ୍କ ସଂଯୋଜନାରେ କବିତାପାଠ କରାଯାଇଥିବାବେଳେ ଓଡିଶୀ , ସମ୍ୱଲପୁରୀ , ଆଦିବାସୀ ନୃତ୍ୟ ,ଓ ସଂଗୀତର ତାଳେତାଳେ ଦର୍ଶକମାନେ ବିଭୋରିତ ହୋଇଥିଲେ। ଟିକି ଟିକି ସୁନାଫୁଲ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ସୁନୀଲ କୁମାର ମହାନ୍ତି ବାର୍ଷିକ ବିବରଣୀ ପଠନ କରିଥିବାବେଳେ ସଂସଦର ସଂଗଠନ ସମ୍ପାଦକ ବ୍ରହ୍ମାନନ୍ଦ ପାଢୀ , ମିଲି ଖଡଗରାୟ , ସୁଷମା ନାୟକ , ଜୀବେଶ୍ୱରୀ ପଟେଲ , ସୁକାନ୍ତି ନାୟକ , ବିନୋଦିନୀ ପଣ୍ଡା , ସୌମ୍ୟାଶ୍ରୀ ମହାନ୍ତି ପ୍ରମୁଖ କାଯ୍ର୍ୟକ୍ରମ ପରିଚାଳନା କରିଥିଲେ। ସଙ୍ଗୀତ ଗୁରୁ ଜ୍ୟୋତିର୍ମୟ ଆଚାଯ୍ର୍ୟ ଓ ପୁଲିନ ରାଉତରାୟଙ୍କ ସୁନାଫୁଲ ପ୍ରାର୍ଥନା ସହିତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏଥିରେ ବିଶିଷ୍ଟ ସାହିତ୍ୟିକ ଡା କୃପାସିନ୍ଧୁ ନାୟକଙ୍କ ସମେତ ଲେଖକ କାଶୀନାଥ ନନ୍ଦୀ, ମୀନକେତନ ପଶାୟତ, ନୃସିଂହ ବିଶ୍ୱାଳ ଓ ପ୍ରକାଶ ସେଠୀ ପ୍ରମୁଖ ଶତାଧିକ ବିଭିନ୍ନ ବର୍ଗର ବ୍ୟକ୍ତି ଯୋଗଦେଇଥିଲେ।