ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା : ସାରନା ଯୁବକ ସଂଘ ତରଫରୁ ମେଳି ମଞ୍ଚସ୍ଥ
1 min read
ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଦ୍ବିତୀୟ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ସରନା ଯୁବକ ସଂଘ ତରଫରୁ କମ୍ପାନୀ ପକ୍ଷରୁ ବେଆଇନ ଜମି ଅଧିଗ୍ରହଣ ସହିତ ଏହା ବିରୁଦ୍ଧରେ ଜନମତ ଉପରେ ଆଧାରିତ ନାଟକ ‘ମେଳି’ ମଞ୍ଚସ୍ଥ ହୋଇଥିଲା। ନାଟକକୁ ପ୍ରଦୀପ ପଣ୍ଡା ରଚନା ଓ ନିର୍ଦ୍ଦେଶନା ଦେଇଥିଲେ। ମେଳି ନାଟକରେ କିପରି ବ୍ୟାଧ ରୂପି କମ୍ପାନୀ ମାନେ ନିରିହ ମଣିଷର ଜମି ଓ ସୁଖ ସ୍ବାଛନ୍ଦ କୁ ବଳି ପକାଇ ନିଜର କମ୍ପାନୀ ବସାଇବାକୁ ଚେଷ୍ଟା, ଏହାର ବିରୋଧ କରି ମେଳି କରାଯାଇ, ସମାଜସେବୀ ଙ୍କ ମାଧ୍ୟମରେ ସରକାର ଙ୍କ ପାଖରେ ଗୁହାରି କରାଯିବା, ତଥାପି ଭିଟାମାଟି ରୁ କିଛି ସ୍ଥାନ କମ୍ପାନୀ ଅଧିଗ୍ରହଣ କରିବା,ଶେଷରେ କମ୍ପାନୀ ଧୁଳିସାତ ଆଦି ସମ୍ପର୍କରେ ନାଟକରେ ବାର୍ତ୍ତା ଦିଆଯାଇଛି।

ନାଟକରେ ପ୍ରତାପ,ପ୍ରିୟାଂଶୁ, ଭାସ୍କର, ଦେବାଶିଷ, ରିଷିତୋଷ, ସୁନିଲ,ଶିବା, ଅଂଶୁନନ୍ଦନ, ଆଦିତ୍ୟ, ପ୍ରତୀକ୍ଷା, ଲିପ୍ସା ପ୍ରମୁଖ ଅଭିନୟ କରିଥିବା ବେଳେ ସୁନିଲ, ପ୍ରତାପ ଓ ଭାସ୍କର ମଞ୍ଚ ସଜ୍ଜା ରେ, ରିଷିତୋଷ ଓ ଦେବାଶିଷ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଝିରପାଣି ସରପଞ୍ଚ ଅଜିତ ତିର୍କି ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ମହେନ୍ଦ୍ର କୁମାର ମହାନ୍ତି ଯୋଗଦେଇଥିଲେ। କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ ସ୍ବାଗତ ଭାଷଣ ଓ ଅନୁଷ୍ଠାନର ଲକ୍ଷ୍ୟ ତଥା ସଦସ୍ୟ ବିଲୋଚନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ମୁଖ୍ୟଅତିଥି ଶ୍ରୀ ତିର୍କୀ ଅନୁଷ୍ଠାନର ଉଦ୍ୟମ କୁ ସାଧୁବାଦ ଦେବା ସହ ଆରଏସପି ର ସାହିତ୍ୟ ଓ ସଂସ୍କୃତି ପ୍ରତିବଦ୍ଧତା କୁ ଦୋହରାଇ ଥିଲେ। ସମ୍ମାନିତ ଅତିଥି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ନାଟକ ଆମ ଜୀବନର କଥା କୁହେ ବୋଲି କହିଥିଲେ। ଏହି ଅବସରରେ ରମେଶ ମହାନ୍ତି,ସୁମନ ଦତ୍ତ, ପ୍ରଶାନ୍ତ ପତି, ଚନ୍ଦ୍ର ଶେଖର ଶତପଥୀ, ସରୋଜ ଶଙ୍ଖୁଆ, ପ୍ରଜ୍ଞାନନ୍ଦ ମହାନ୍ତି, ପ୍ରବୀର କୁମାର ଜେନା, ଆନନ୍ଦ ଚନ୍ଦ୍ର ମହାନ୍ତି, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଆକାଶବାଣୀ ଉଦ୍ଘୋଷିକା ଶୁଭଶ୍ରୀ ଦାସ ମଞ୍ଚ ସଂଯୋଜନା କରିଥିଲାବେଳେ କାର୍ଯ୍ୟକ୍ରମ ପରିଚାଳନାରେ କଲ୍ୟାଣୀ ଦାସ ଓ କ୍ଷୀରୋଦା ବାରିକ ସହଯୋଗ କରିଥିଲେ।