ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟ

1 min read
Spread the love


ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ନମ୍ଭେମ୍ବର ୧୫ ତାରିଖରୁ ଚାଲିଥିବା ବିଭିନ୍ନ ପର୍ଯ୍ୟାୟ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ ବେହେରାଙ୍କ ମାର୍ଗଦର୍ଶନ ଓ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ମାୟାଧର ବାରିକ ଏବଂ ଅଜୟ ବେହେରାଙ୍କ ନେତୃତ୍ୱରେ ଗତ ତିନିସପ୍ତାହ ଧରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହାର ଶେଷ ପର୍ଯ୍ୟାୟରେ ସମାଜସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ‘ଭଲ ସ୍ପର୍ଷ ଓ ମନ୍ଦ ସ୍ପର୍ଶ’ ଶୀର୍ଷକ କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଛି। ସମାଜସେବା କାର୍ଯ୍ୟକ୍ରମର ସ୍ନାତକ ଓ ସ୍ନାତକୋତ୍ତର ବର୍ଗ ପାଇଁ ସଂଯୋଜିକା ତଥା ଅଧ୍ୟାପିକା ରାମେଶ୍ୱରୀ ଭୋଇଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାନପୋଷ ଉଚ୍ଚ ବିଦ୍ୟାଳୟ ଏବଂ ସିଭିଲ ଟାଉନସିପ ସ୍ଥିତ ଶ୍ରୀ ସାଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଭ୍ରମଣ କରିଥିଲେ।

ଏହି ଅବସରରେ ଡ ସ୍ମୃତି ସ୍ନିଗ୍ଧା ମିଶ୍ର, ଡ ବିଶ୍ୱନାଥ ପରିଜାଙ୍କ ସମେତ ଛାତ୍ର ସ୍ୱେଚ୍ଛାସେବୀ ବିଶ୍ୱଜିତ ପଲେଇ, ସଲିତ କୁମାର ପତି ପୁନିତ ଦାସ, ପୁଜାରାଣୀ ବିହାରୀ ଓ ଶ୍ରୀୟା ନାୟକ ପ୍ରମୁଖ ଛୋଟ ଛୋଟ ପିଲାମାନଙ୍କ ସହିତ କିଛି ସମୟ ବିତାଇଥିଲେ। ଏହା ସହିତ ପିଲାମାନଙ୍କୁ ‘ଭଲ ସ୍ପର୍ଷ ଓ ମନ୍ଦ ସ୍ପର୍ଷ’ ସମ୍ପର୍କରେ ସଚେତନ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। ସେହିଭଳି ଯୁକ୍ତ ଦୁଇ ବର୍ଗ ପାଇଁ ସଂଯୋଜିକା ଅଧ୍ୟାପିକା ମମତା ବାକ୍ସଲା ଙ୍କ ସଂଯୋଜନାରେ ସ୍ୱେଚ୍ଛାସେବୀ ଛାତ୍ର ପୃଥିବୀ ସ ଏବଂ ଅଙ୍କିତ ମହାକୁଲ ପ୍ରମୁଖ ରଘୁନାଥପାଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭ୍ରମଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଭୟ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ଏବଂ ଅଧ୍ୟାପିକା ନମିତା ସ୍ୱାଇଁ ଓ ଅଧ୍ୟାପକ ଶୁଭନାଥ ସା ପ୍ରମୁଖ ‘ଭଲ ସ୍ପର୍ଷ ଓ ମନ୍ଦ ସ୍ପର୍ଷ’ ସମ୍ପର୍କରେ ଅବଗତ କରାଇଥିଲେ। ବିଶେଷ କରି ଛୋଟ ଛୋଟ ପିଲାମାନେ ଅଜଣା ଓ ଅପରିଚିତ ବ୍ୟକ୍ତିମାନଙ୍କ ସ୍ପର୍ଷ ସମ୍ପର୍କରେ ସଚେତନ ହେବା ନିମନ୍ତେ ଏହି ଅବସରରେ ସଚେତନ କରାଯାଇଥିଲା। ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ନୂତନ ମତଦାତା ପଞ୍ଜୀକରଣ କାର୍ଯ୍ୟକ୍ରମ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଲୁ ରହିବ। ଏହା ସହିତ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବ ମାଧ୍ୟମରେ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!