ସହର ସେବା ସମିତି ର ଦ୍ବାଦଶ ବାର୍ଷିକୋତ୍ସବ ଅନୁଷ୍ଠିତ
1 min read
ରାଉରକେଲା ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ସହର ସେବା ସମିତି ର ୧୨ତମ ବାର୍ଷିକୋତ୍ସବ ଓ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ହୋଟେଲ ସୋଲାସ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ସମିତି ର ଟ୍ରଷ୍ଟି ଶୈଳେନ୍ଦ୍ର ମହାନ୍ତିଙ୍କକ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଏସଟି ର ଅତିରିକ୍ତ ଆୟୁକ୍ତ ଅନନ୍ତ ଚରଣ ମଲ୍ଲିକ ମୁଖ୍ୟଅତିଥି ଓ ଜାଗରଣ ଅନୁଷ୍ଠାନର ସଭାପତି ପି କେ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅତିଥିମାନେ ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତା କୁ ପ୍ରଶଂସା କରିବା ସହ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉପଲକ୍ଷେ ହୋଇଥିବା କାର୍ଯ୍ୟକ୍ରମରେ ଉତ୍କଳ କେଶରୀ ଡ଼ଃ ମହତାବ ଓଡିଆ ଇତିହାସର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ଥିଲେ ବୋଲି କହିଥିଲେ। ସେ ଏକାଧାରରେ ଜଣେ ରାଜନେତା, ସାମ୍ବାଦିକ, ସଂଗଠକ, ସ୍ତମ୍ଭକାର, ଐତିହାସିକ, ସ୍ବାଧୀନତା ସଂଗ୍ରାମୀ ଓ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ ଥିଲେ। ସେଥିଲେ ବହୁମୁଖି ପ୍ରତିଭା ର ଏକ ସ୍ଥିତପ୍ରଜ୍ଞ ବିରଳ ବ୍ୟକ୍ତିତ୍ବ। ସାମ୍ବାଦିକତା କୁ ଅତି ନିଖୁଣ ଭାବେ ବୁଝିଥିବା ଡ଼ଃ ମହତାବ ସାହିତ୍ୟ କୁ ଅଧିକ ଗୁରୁତ୍ବ ଦେଇଥିଲେ। ନିଜର ବଳିଷ୍ଠ ବ୍ୟକ୍ତିତ୍ବ ପାଇଁ ସେ ସମଗ୍ର ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ଅତିଥିମାନେ କହିଥିଲେ। ଟ୍ରଷ୍ଟି ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ସୁନିଲ କାୟଲ ସ୍ବାଗତ ଭାଷଣ ସହ ଅନୁଷ୍ଠାନର ବିଗତ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଅନ୍ୟତମ ଟ୍ରଷ୍ଟି ପୁଷ୍ପା ଲେଙ୍କା ବାର୍ଷିକ ବିବରଣୀ ପାଠ କରିବା ସହ ଶ୍ରମିକନେତା ବିଦ୍ୟାଧର ବାରିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ନୃତ୍ୟଶିଳ୍ପୀ ଆଦ୍ୟାସା ଦାଶ, ମା ଇନ୍ଦିରା ସମିତିର ଲଭଲି ଗୈାଡ, ବବି ଗୈାଡ, ବବଲି ଗୈାଡ, ଇସିକା ସମାସୀ, ପରୀ ନାୟକ ଙ୍କୁ ନୃତ୍ୟ ପରିବେଷଣ ପାଇଁ ଏବଂ ବରିଷ୍ଠ ଫଟୋଗ୍ରାଫର ବିନୋଦ ରାୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଦ୍ବିତୀୟ ପର୍ଯ୍ୟାୟରେ ମ୍ୟୁଜିକ ଥେରାପି ତରଫରୁ ସଂଗୀତ ପରିବେଷଣ କରାଯାଇଥିଲା। ଏଥିରେ ଟ୍ରଷ୍ଟି ମନୋରଞ୍ଜନ ଦାଶ,ନନ୍ଦନ ମୁଖାର୍ଜୀ, ବିଜୟଲକ୍ଷ୍ମୀ ଶ୍ରୀଚନ୍ଦନ, ଅଜୟ ଖଟୁଆ, ସୁନିଲ କାୟଲ, ସୁସ୍ମିତା ମୁଖାର୍ଜୀ, ସ୍ମିତା ମିଶ୍ର, ଏସ ଏମ ଅଲୀ, ଏମ୍ ମାଲେଶ୍ବରମ, ଶ୍ୟାମଲାଲ ଗୁପ୍ତା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ସର୍ବଶ୍ରୀ ପ୍ରଭାତ ଟିବ୍ରେୱଲ, ସୂର୍ଯ୍ୟ ପାତ୍ର, ନୟନ ଦାସ, ଜ୍ୟୋତିପ୍ରକାଶ ସାହୁ, ଅଶୋକ ଦାଶ, ଚିତ୍ତ ବ୍ରହ୍ମା, ପ୍ରତାପ ପାଢ଼ୀ, ବାନାମ୍ବର ମହାନ୍ତି,ଛବି ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ର୍ଯ୍ୟକ୍ରମ ପରିଚାଳନା ରେ ଟ୍ରଷ୍ଟି ଶେଖର ପାଢ଼ୀ , ପ୍ରଫୁଲ୍ଲ ନାୟକ, ପ୍ରମୋଦ ସାହୁ, ୱାଇ ହେମଲତା, ସାବିତ୍ରୀ ପାଢୀ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଚାଳାନା ଟ୍ରଷ୍ଟି ତଥା ଆବାହକ ଶୈଳେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।