ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ନୂଆ-ଓ-ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ତୃତୀୟ ଦିନରେ ବିଭିନ୍ନ ଖେଳକୁଦ ସହିତ ଖୋ-ଖୋ ଆୟୋଜିତ
1 min read
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ନୂଆ-ଓ-ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ତୃତୀୟ ଦିନରେ ବିଭିନ୍ନ ଖେଳକୁଦ ସହିତ ଖୋ-ଖୋ ଆୟୋଜିତ
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଖେଳ-କୁଦ ପ୍ରତିଯୋଗିତାର ତୃତୀୟ ଦିନରେ ଖୋ-ଖୋ ସହିତ ବିଭିନ୍ନ ଖେଳ-କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ପ୍ରତିଯୋଗିତାଗୁଡ଼ିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବର୍ଗ ପାଇଁ ସଂଯୋଜକ ପ୍ରଦୀପ ଖେସ୍ ଓ ସ୍ନାତକ ଓ ସ୍ନାତକୋତ୍ତର ପାଇଁ ସଂଯୋଜକ ସମୀର ସୌରଭ ପୃଷ୍ଟିଙ୍କ ଦ୍ୱାରା ପରିଚାଳିତ ହେଉଛି।

ଗୁରୁ-ଶିଷ୍ୟ ପରମ୍ପରାର ନିଦର୍ଶନ ସ୍ୱରୂପ ସ୍ନାତକ ଓ ସ୍ନାତକୋତ୍ତର ବର୍ଗ ଛାତ୍ରୀମାନଙ୍କ ସହିତ ମହାବିଦ୍ୟାଳୟର ଅଧ୍ୟାପିକା ଓ ମହିଳା କର୍ମଚାରୀମାନଙ୍କ ମଧ୍ୟରେ ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ଛାତ୍ରୀମାନେ ବିଜୟୀ ହେବା ତୃତୀୟ ଦିନ ଖେଳର ଅନ୍ୟତମ ଆକର୍ଷଣ ଥିଲା।

ଖୋ-ଖୋ ଖେଳକୁ ଅନିଲ ସାହୁ ଏବଂ ତାଙ୍କ ସହଯୋଗୀମାନେ ପରିଚାଳନା କରିଥିଲେ। ଏହା ସହିତ ତୃତୀୟ ଦିନରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିସ୍କସ୍ ଥ୍ରୋ, ସଟ୍ ଫୁଟ୍, ଲମ୍ବ ଡିଆଁ ଓ ଉଚ୍ଚ ଡିଆଁ ଆଦି ଖେଳକୁ କ୍ରୀଡ଼ା ଶିକ୍ଷକ କ୍ୟାପ୍ଟେନ ମୀନା ଦାସଙ୍କ ସମେତ କୁଆଁରମୁଣ୍ଡ ପଦ୍ମପୁର ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଇଗ୍ନେଶ ମାଝିଙ୍କ ସମେତ ପ୍ରେମାନନ୍ଦ ନାୟକ ଏବଂ ଅନ୍ୟମାନେ ପରିଚାଳନା କରିଥିଲେ। ସେହିଭଳି ତୃତୀୟ ଦିନରେ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିଗତ ଓ ଦଳଗତ ବର୍ଗରେ ଚେସ୍, ବ୍ୟାଡ୍ ମିଣ୍ଟନ ଓ କ୍ୟାରମ ଆଦି ଖେଳ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଖେଳକୁ ମହାବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକମାନେ ସଞ୍ଚାଳନ କରିଥିଲେ।