ଉତ୍ତରକାଶୀ ଟନେଲ ନିର୍ମାଣ କାର୍ଯ୍ୟରେ ଫସିଥିବା ୫ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ସହଯୋଗ ପାଇଁ ପହଞ୍ଚିଲେ ରାଜ୍ୟ ଶ୍ରମମନ୍ତ୍ରୀ
1 min read
ଉତ୍ତରାଖଣ୍ଡ ରାଜ୍ୟର ଉତ୍ତର କାଶୀରେ ଚାଲୁଥିବା ଟନେଲ କାମ ରେ ଫସିଥିବା ଓଡିଶା ର ପାଞ୍ଚ ଜଣ ଶ୍ରମିକ ଙ୍କୁ ମାନସିକ ସହାୟତା ସହିତ ସେମାନଙ୍କର ମନୋବଳ ବଢ଼ାଇବା ପାଇଁ ମନ୍ତ୍ରୀ ସାରଦା ନାୟକ ପହଞ୍ଚିଛନ୍ତି। କିଛି ଶ୍ରମିକଙ୍କ ପରିବାର ସହିତ ରାଜ୍ୟ ଶ୍ରମ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହିତ କେନ୍ଦ୍ର ମନ୍ତ୍ରୀ ଭି କେ ସିଂହଙ୍କ ସହିତ ଆଲୋଚନା କରିଛନ୍ତି। ଟନେଲ ରୁ ବାହାରିଲା ପରେ କେଉଁଭଳି ସେମାନେ ଓଡିଶା ଫେରିବେ ,ତାଙ୍କ ଘରଲୋକଙ୍କ ସହିତ କିଭଳି ଯୋଗାଯୋଗ କରିବେ ଏ ନେଇ ତାଙ୍କ ସହାୟତା ଦୃଷ୍ଟି ରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର କାଶୀ ରେ ଯାଇ ପହଞ୍ଚିଛନ୍ତି ଓଡିଶା ସରକାର ଶ୍ରମ ମନ୍ତ୍ରୀ ଶ୍ରୀ ନାୟକ। ପ୍ରଥମେ ଓଡ଼ିଶାରୁ ନୂଆଦିଲ୍ଲୀ ଓ ପରେ ଡେରାଡୁନ ଏବଂ ସେଠାରୁ ଟନେଲ କାମ ଚାଲିଥିବା ସିଲ୍କୟାରାରେ କିଛି ଶ୍ରମିକଙ୍କ ପରିବାର ସହିତ ଶ୍ରୀ ନାୟକ ପହଞ୍ଚିଛନ୍ତି। ଏହା ସହିତ ସେଠାରେ ଚାଲୁଥିବା ସହାୟତା ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରୀ ନାୟକ ୫ଜଣ ଶ୍ରମିକଙ୍କ ମଧ୍ୟରୁ ୩ଜଣଙ୍କ କଥା ହୋଇ ସେମାନଙ୍କ ମନୋବଳକୁ ବଢ଼ାଇଛନ୍ତି।