ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଉଦ୍‌ଯାପିତ

1 min read
Spread the love

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ ନୂଆ ଓ ନବୀନ ଓଡ଼ିଶା ଆମ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଚାରିଦିନ ବ୍ୟାପି ଚାଲିଥିବା ବିଭିନ୍ନ ସାଂସ୍କୃତିକ ଓ ସୂର୍ଜନାତ୍ମକ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଏହି କ୍ରମରେ ଚତୁର୍ଥ ଦିନରେ ଦିନରେ ମେହେନ୍ଦି ଅଙ୍କନ, ପ୍ରବନ୍ଧ, ତର୍କ ସହିତ ସ୍ୱରଚିତ କବିତା ଆବୃତି ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏହା ସହିତ ଚତୁର୍ଥ ଦିନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଓ ଆକର୍ଷଣୀୟ ପ୍ରତିଯୋଗିତାଭାବେ ମିଲେଟ ଜନିତ ଖାଦ୍ୟ ସମ୍ପର୍କୀତ ରନ୍ଧନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଯୁକ୍ତ ଦୁଇ ପାଇଁ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଜୟ କୁମାର ବେହେରା ଓ ଯୁକ୍ତ ତିନି ଓ ସ୍ନାତକୋତ୍ତର ସ୍ତର ପାଇଁ ନୋଡାଲ ଅଧିକାରୀ ମାୟାଧର ବାରିକଙ୍କ ତତ୍ତ୍ୱାବଧାନରେ  ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମର ଯୁକ୍ତ ଦୁଇ ପାଇଁ ସଂଯୋଜିକା ମନୀଷା ନାୟକ ଓ ସ୍ନାତକ ଓ ସ୍ନାତକୋତ୍ତର ପାଇଁ ସଂଯୋଜକ ସୁରତ ଗିରିଙ୍କ ଦ୍ୱାରା ସମସ୍ତ ପ୍ରତିଯୋଗିତା ପରିଚାଳିତ ହୋଇଥିଲା। ଚତୁର୍ଥ ଦିନର ବିଭିନ୍ନ ପ୍ରତିଯୋଗିତା ମଧ୍ୟରୁ ବାଳିକାମାନଙ୍କ ଦ୍ୱାରା ହାତରେ ମେହେନ୍ଦି ଅଙ୍କନ ଅନ୍ୟତମ ଆକର୍ଷଣ ଥିଲା।

ଏହା ସହିତ ଓଡ଼ିଶା ସରକାରଙ୍କ ଦ୍ୱାରା ଗୁରୁତ୍ୱ ଦିଆଯାଉଥିବା ମିଲେଟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟଦ୍ରବ୍ୟ ସମ୍ବଳିତ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ରନ୍ଧନ ପ୍ରତିଯୋଗିତାର ସ୍ୱତନ୍ତ୍ର ଆକର୍ଷଣ ଥିଲା। ପ୍ରତିଯୋଗୀମାନେ ମିଲେଟ୍‌ରୁ ପ୍ରସ୍ତୁତ ବିଭିନ୍ନ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିବା ସହ ଖାଦ୍ୟଗୁଡ଼ିକର ପୋଷଣ ତତ୍ତ୍ୱ ଏବଂ ପୁଷ୍ଟିକର ମୂଲ୍ୟ ସମ୍ପର୍କରେ ମଧ୍ୟ ଏହି ଅବସରରେ ସ୍ୱତନ୍ତ୍ରଭାବେ ସୂଚନା ଦେଇଥିଲେ। ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହିସବୁ ପ୍ରତିଯୋଗିତା ଆୟୋଜନ କରିବାରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ସହଯୋଗ କରିଥିଲେ। ବିଶେଷ କରି ସାଂସ୍କୃତିକ କ୍ଲବ୍‌ ଅନ୍ତର୍ଗତ ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଛାତ୍ରଙ୍କ ମଧ୍ୟରେ ବିଶ୍ୱଜିତ ପଲାଇ, ଇଶା ଶର୍ମା, ଅନ୍ୱେଶ ମିଶ୍ର, ସଲିତ ପତି, ରାମଚନ୍ଦ୍ର ବେହେରା ଏବଂ ଯୁକ୍ତ ଦୁଇ ବର୍ଗରେ ଅଙ୍କିତ ମହାକୁଡ଼, ଜଣ୍ଟି ଇନ୍ଦୁଆର ଓ ଶାଶ୍ୱତ ସା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ।  ମହାବିଦ୍ୟାଳୟ ପକ୍ଷରୁ  ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ୱିତୀୟ ପର୍ଯ୍ୟାୟରେ ଖେଳକୁଦ ସମ୍ପର୍କୀତ ପ୍ରତିଯୋଗିତା ସୋମବାରଠାରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!