ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିଯୋଗିତାର ତୃତୀୟ ଦିନରେ ଡ୍ରାମା, ଏକକ କମେଡ଼ି, ପୋଟେରୀ ସହିତ ହସ୍ତକଳା ଓ ଚିତ୍ର ଏବଂ ଫେସନ ସୋ ଆୟୋଜିତ
1 min read
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ ନୂଆ ଓ ନବୀନ ଓଡ଼ିଶା ଆମ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଆୟୋଜିତ ହେଉଛି ବିଭିନ୍ନ ପ୍ରତିଯୋଗିତା।

ଏହି କ୍ରମରେ ତୃତୀୟ ଦିନରେ ଦିନରେ ଡ୍ରାମା, ଏକକ କମେଡ଼ି, ପୋଟେରୀ ସହିତ ହସ୍ତକଳା ଓ ଚିତ୍ର ଏବଂ ପାରମ୍ପରିକ ବେଶଭୂଷା ବା ଫେସନ ସୋ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଜୟ କୁମାର ବେହେରା ଓ ଯୁକ୍ତ ତିନି ଓ ସ୍ନାତକୋତ୍ତର ସ୍ତର ପାଇଁ ନୋଡାଲ ଅଧିକାରୀ ମାୟାଧର ବାରିକଙ୍କ ତତ୍ତ୍ୱାବଧାନରେ ଏହିସବୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।

ଏକକ କମେଡି ସହିତ ଡ୍ରାମାରେ ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା। ଏହା ସହିତ ପାରମ୍ପରିକ ବେଶଭୂଷା ବା ଫେସନ ସୋ ପ୍ରତିଯୋଗିତାରେ ଶତାଧିକ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଯୋଗଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରା ସହିତ ବେଶ ପୋଷାକକୁ ପ୍ରତିନିଧିତ୍ୱ କରୁଥିବା ଭିନ୍ନ ଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଭାଗନେଇଥିଲେ।

ଏହା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆର୍ଟ ଏଣ୍ଡ କ୍ରାଫ୍ଟ ପ୍ରତିଯୋଗିତାରେ ମଧ୍ୟ ବିଭିନ୍ନ ପ୍ରକାରର ପ୍ରଦର୍ଶନ ବେଶ୍ ଆକର୍ଷଣୀୟ ହୋଇଥିଲା। ଏହିସବୁ ପ୍ରତିଯୋଗିତା ଆୟୋଜନ କରିବାରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକାମାନେ ସକ୍ରୀୟ ସହଯୋଗ କରିଥିଲେ।