ଏକ ସୁନ୍ଦର ବିଶ୍ୱ ଗଠନ ସମ୍ପର୍କରେ ବାର୍ତ୍ତା ସହ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାରେ ଅନ୍ତର୍ଜାତୀୟ ଶାନ୍ତି ଓ ସଂହତି ପାଇଁ ବିଜ୍ଞାନ ସପ୍ତାହ ପାଳନ ଉଦ୍‌ଯାପିତ

1 min read
Spread the love

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଶାନ୍ତି ସ୍ଥାପନ ପାଇଁ ବିଜ୍ଞନ ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ସପ୍ତାହ ପାଳନ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।  ଏହି ଅବସରରେ ଛାତ୍ରଛାତ୍ରୀଙ୍କ ବିଜ୍ଞାନ ଭିତ୍ତିକ ବୌଦ୍ଧିକ ବିକାଶକୁ ବୃଦ୍ଧି କରିବା ପାଇଁ  ଏକ ପ୍ରଦର୍ଶନୀ ସହିତ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଦର୍ଶନୀକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରା ଉଦ୍‌ଘାଟନ କରିଥିଲେ।  ସମଗ୍ର ବିଶ୍ୱରେ ଶାନ୍ତି ଓ ସଂହତି ସ୍ଥାପନ ନିମନ୍ତେ ବିଜ୍ଞାର ସକାରାତ୍ମକ ବ୍ୟବହାର ଓ ବୈଜ୍ଞାନିକ ଜ୍ଞାନ ସମ୍ପର୍କୀତ ପାରସ୍ପରିକ ସହଯୋଗ ସମ୍ପର୍କରେ ଏହି ଅବସରରେ ବାର୍ତ୍ତା ଦିଆଯାଇଛି।

 ଏହି ସମସ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁକ୍ତ ଦୁଇରୁ ନେଇ ସ୍ନାତକୋତ୍ତର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ଏହି କ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ଲୋଗାନ ପ୍ରତିଯୋଗିତା, ବିଜ୍ଞାନ ପ୍ରଦର୍ଶନୀ, ବର୍ଜ୍ୟବସ୍ତୁର ଉତ୍ତମ ବ୍ୟବହାର ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଅଭିନବ ଚିନ୍ତାଧାରାର ପ୍ରଦର୍ଶନ କରିଥିଲେ। ଏହା ସହିତ ବିଜ୍ଞାନଭିତ୍ତିକ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ବିଜ୍ଞାନ ସ୍ଲୋଗାନ ପ୍ରତିଯୋଗିତାରେ ଦେବଜ୍ୟୋତି ଜେନା – ପ୍ରଥମ, ସୁଚିସ୍ମିତା ନାଥ – ୨ୟ ଏବଂ ଯୁଗ୍ମ ତୃତୀୟଭାବେ ସୋହମ ଆର ପୁରୋହିତ ଏବଂ ପୁଜାରାଣୀ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା।

ସେହିଭଳି  ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତାରେ ନିତିଶ କୁମାର ପାତ୍ର, ଅନିକେତ ସାହା ଓ ପୱନ ରଜକ ଯଥାକ୍ରମେ ପ୍ରଥମ , ଦ୍ୱିତୀୟ ଏନଂ ତୃତୀୟ ସ୍ଥାନ ହାସଲ କରିଥିଲେ। ବର୍ଯ୍ୟବସ୍ତୁର ଉତ୍ତମ ବ୍ୟବହାର ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଆଲିଶା ନାୟକ, ଦ୍ୱିତୀୟରେ ହୁମାଇରା ନେସତ ତୃତୀୟରେ ଡି ଏଭାନଜେଲିନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞନ ବିଭାଗର ମୁଖ୍ୟ ଡ ଅନ୍ନପୂର୍ଣ୍ଣା ମହାନ୍ତଙ୍କ ସମେତ ବିଭାଗର ଅଧ୍ୟାପକ ଡ ନିରଞ୍ଜନ ସାହୁ, ଡ ବିଶ୍ୱନାଥ ପରିଜା, ଡ ରଞ୍ଜନା ରାଣୀ ଦାସ, ଡ ସତ୍ୟବ୍ରତ ଶତପଥି, ସନ୍ତୋଶିନି ପାତ୍ର, ଅଶୋକ କୁମାର ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ସହିତ ବିଭାଗୀୟ ଅଧ୍ୟପକ ଡ ଶୁଭଜ୍ୟୋତି ମହାପାତ୍ର ଏବଂ ପରୀକ୍ଷାଗାର ସହଯୋଗୀ ସୁମିତ ବର୍ଣ୍ଣଲ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋ କରିଥିଲେ। ଅନ୍ତର୍ଜାତୀୟ ଶାନ୍ତି ଓ ସଂହତି ପାଇଁ ବିଜ୍ଞାନ ସପ୍ତାହ ପାଳନ ଉଦ୍‌ଯାପନ ଅବସରରେ ବୈଜ୍ଞାନିକ ଚିନ୍ତାଧାରାର ସଠିକ ଉପଯୋଗ ମାଧ୍ୟମରେ ସମଗ୍ର ବିଶ୍ୱବାସୀଙ୍କୁ ଏକତ୍ରିତ କରି ରଖିବା ସହ ଏକ ସୁନ୍ଦର ବିଶ୍ୱ ଗଠନ ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!