ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ ଭୋଟର – ୨୦୨୪ କାର୍ଯ୍ୟକ୍ରମ ଆୟୋଜିତ
1 min read
ସ୍ଵତନ୍ତ ସଂକ୍ଷିପ୍ତ ସଂଶୋଧିତ ଭୋଟର-୨୦୨୪ କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡର ସଦର ମହକୁମାର ଡିଏଭି ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀ, ବୁଥସ୍ତରୀୟ ଅଧିକାରୀ, ମହାବିଦ୍ୟାଳୟର ସ୍କାଉଟ, ଗାଇଡ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ରଛାତ୍ରୀ, “ମୁଁ ବି ମିତା”ର ପ୍ରତିନିଧି, ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ, ଅଧ୍ୟାପକ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ତହସିଲଦାରଙ୍କ ଉପସ୍ଥିତିରେ ମାନବ ଶୃଙ୍ଖଳ କରାଯାଇଥିଲା। ଏହା ପରେ ଟିଟିଲାଗଡର ନିର୍ବାଚନ ଅଧିକାରୀ-ତଥା-ଉପଜିଲ୍ଲାପାଳ ଦୟାମୟ ପାଢୀ ସବୁଜ ପତାକା ଦେଖାଇ ଡିଏଭି ମହାବିଦ୍ୟାଳୟ ଠାରୁ ଗୋପବନ୍ଧୁ ଉଦ୍ୟାନ ପର୍ଯ୍ୟନ୍ତ ୱାକାଥନ ବା ପଦଯାତ୍ରାକୁ ଆରମ୍ଭ କରିଥିଲେ। ଏହି ଉତ୍ସବଅବସରରେ ବକ୍ତୃତା, ରଙ୍ଗଲି ପ୍ରତିଯୋଗୀତା, ସ୍ଵାକ୍ଷର ଅଭିଯାନ, ସାମରିକ କଳା ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନିର୍ବାଚନ ପ୍ରକ୍ରିୟା ସମ୍ପର୍କୀୟ ଫୋଟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

ଭୋଟର ତାଲିକାର ସଂଶୋଧନ କାର୍ଯ୍ୟକ୍ରମରେ ୧୮ ରୁ ୧୯ ବର୍ଷ ହୋଇଥିବା ସମସ୍ତ ଯୋଗ୍ୟ ଯୁବଙ୍କୁ ଭୋଟର ତାଲିକାରେ ପଞ୍ଜୀକରଣ କରିବା, ସଠିକ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି କରିବା, ଯୁବାଙ୍କୁ ସଂଶୋଧିତ ଭୋଟର ପଞ୍ଜୀକରଣ ନିୟମ ଅନୁଯାୟୀ ରୂପାନ୍ତରିତ ପଞ୍ଜୀକରଣ ଫର୍ମ ଗୁଡିକର ସରଳୀକରଣ ବ୍ୟବସ୍ଥା ଓ ଏହାର କାର୍ଯ୍ୟକାରିତା, ଆଧାର ସଂଯୋଗୀକରଣ, ମତାଧିକାର ସାବ୍ୟସ୍ତ ଏବଂ ଯୁବ ମତଦାତା ମାନଙ୍କୁ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ ବିଷୟରେ ଅତିଥି ବୃନ୍ଦ ଆଲୋକପାତ କରିଥିଲେ। ଏଥିରେ ବିଭିନ୍ନ ପ୍ରତିଯୋଗୀତା ହୋଇଥିବା ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରଷ୍କୃତ କରାଯାଇଥିଲା। ଏହା ସହିତ ଢାପ ନୃତ୍ୟ, ଲୋକ ନୃତ୍ୟ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ତହସିଲଦାର, ସଇଁତଳା, ମନ୍ସଫିଲ କେରକେଟା, ତହସିଲଦାର, ବଙ୍ଗୋମୁଣ୍ଡା, ଜ୍ୟୋତ୍ସ୍ନା ମାଝି, ଅତିରିକ୍ତ ତହସିଲଦାର ମୁରିବାହଲ ଖଦାଳ ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବଙ୍ଗୋମୁଣ୍ଡା ବାସନ୍ତୀ ସେଠି, ସହକାରୀ ଜିଲ୍ଲାପାଳ, ଚନ୍ଦ୍ର ପ୍ରକାଶ ଦେହୁରି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଟିଟିଲାଗଡ, ଆର୍ତ୍ତତ୍ରାଣ ରଥ, ଟିଟିଲାଗଡ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଟିଟିଲାଗଡ, କ୍ରାନ୍ତିଲତା ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଟିଟିଲାଗଡ, ହେମଲତା ମାଝି, କମଳାକାନ୍ତ ସାହୁ, ଓଏସଡି, ଯୁଧିଷ୍ଠିର ପ୍ରଧାନୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଉପଜିଲ୍ଲାପାଳ କାର୍ଯ୍ୟାଳୟର ମାଧୁରୀ ପଟ୍ଟନାୟକ, ଦେବେନ୍ଦ୍ର ନାୟକ, ଶ୍ୟାମ ସେଠ, ନିବେଦିତା ମୁଖାର୍ଜୀ, ଯୋଶକେତନ ବଧିଆ, ଡମ୍ବରୁଧର ଚିନାଗୁଣ୍ଡ, ରାଧାକାନ୍ତ ମହାନ୍ତି, ପୌରପରିଷଦ, ଟିଟିଲାଗଡର କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଟିଟିଲାଗଡ -ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୌରପରିଷଦ, ଟିଟିଲାଗଡ, ସୁଶାନ୍ତ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ।