ବିଶ୍ୱ ପ୍ରଶିଦ୍ଧ ଢେଙ୍କାନଳର ଗଜ ଲକ୍ଷ୍ମୀ ପୁଜାରମ୍ଭ : ୩୮ଟି ସ୍ଥାନରେ ହେଉଛି ପୂଜାର୍ଚ୍ଚନା

1 min read
Spread the love

ଭିନ୍ନ ଭିନ୍ନ ଦେବ ଦେବୀଙ୍କ ପୂଜାର୍ଚ୍ଚନା ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନର ପ୍ରଶିଦ୍ଧି ରହିଛି। ଏହି କ୍ରମରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନ ବିଶେଷ କରି ଢେଙ୍କାନାଳ ସହରର ଲକ୍ଷ୍ମୀ ପୂଜାର ଚମକ ଓ ପ୍ରଶିଦ୍ଧି ବିଶ୍ୱ ପ୍ରସିଦ୍ଧ। ଚଳିତ ବର୍ଷ ଢେଙ୍କାନାଳ ସହରର ୩୮ଟି ସ୍ଥାନରେ ମା ଲକ୍ଷ୍ମୀଙ୍କ ପୁଜାର୍ଚ୍ଚନା ହେଉଛି। ଚନ୍ଦ୍ରଗ୍ରହଣ ପାଇଁ ପୂଜାର୍ଚ୍ଚନାରେ କିଛି ବ୍ୟତିକ୍ରମ ହୋଇଛି। ରବିବାରଠାରୁ ପୂଜାର୍ଚ୍ଚନା ଯଥାରୀତି ଚାଲିବ ବୋଲି ସୂଚନା ମିଳିଛି। ଚତୁର୍ଦ୍ଦଶ ଶତାବ୍ଦୀରୁ ରାଜା ଶାସନ ସମୟରୁ ହିଁ ଏଠାରେ ମା ଲକ୍ଷ୍ମୀଙ୍କ ଉପାସନା ଆରମ୍ଭ ହୋଇଥିବା ଜଣାପଡ଼େ। ବିଶେଷ କରି ସ୍ୱାଧୀନତା ପୂର୍ବରୁ ଅର୍ଥାତ୍‌ ବିଂଶ ଶତାବ୍ଦୀର ପ୍ରଥାର୍ଦ୍ଧରେ ଏଥାରେ ଲକ୍ଷ୍ମୀ ପୁଜା ସାର୍ବଜନୀନ ହୋଇଥିବା ସୂଚନା ମିଳେ। ଏହା ପରେ ପରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଢେଙ୍କାନାଳ ସହରର ବିଭିନ୍ନ ବଜାରରେ ଲକ୍ଷ୍ମୀ ପୂଜା ପ୍ରାଧାନ୍ୟ ଲାଭ କରିବା ସହ ବର୍ଷକୁ ବର୍ଷ ଅଧିକରୁ ଅଧିକ ଆକର୍ଷଣୀୟ ହେବାରେ ଲାଗିଛି। ଏହି କ୍ରମରେ ସହରର ବିଭିନ୍ନ ବଜାରରେ ଆରମ୍ଭ ହୋଇଛି ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା।

ଢେଙ୍କାନାଳର ରତ୍ନ ବଜାର ପୁଜା କମିଟି ପକ୍ଷରୁ ମହାଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ଏଥିପାଇଁ ପ୍ରାତଃ ରୁ କଳସ ଯାତ୍ରା କରାଯାଇଥିଲା। ଏହା ପରେ  ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା ମହାଲକ୍ଷ୍ମୀଙ୍କ ମୃଣୟ ମୂର୍ତ୍ତିରେ ଚକ୍ଷୁ ଦାନ ପାରେ ମା’ ଙ୍କ ଷୋଡ଼ଶ ଉପଚାର ପୂଜା ସହିତ ଯଜ୍ଞ ଆଦି ସହିତ  ଆହୁତି ଦିଆଯାଇଛି। ପ୍ରତ୍ୟେକ ଦିନ ମହାଲକ୍ଷ୍ମୀ ଙ୍କ ମଙ୍ଗଳ ଆଳତି ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରୀତି ନୀତି ଅନୁଯାୟୀ ହେବ ବୋଲି ପୂଜକ ଦୀପ୍ତିମନ୍ତ ପଣ୍ଡା କହିଛନ୍ତି। ଏହି ଅବସରରେ ପୂଜା କମିଟିର ସଭାପତି କୃଷ୍ଣ ପ୍ରସାଦ ମହାନ୍ତି, ସାଧାରଣ ସମ୍ପାଦକ ମନୋଜ କୁମାର ଅଗ୍ରୱାଲଙ୍କ ସମେତ ଉପଦେଷ୍ଟା ସୁନିଲ ଶର୍ମା ଓ କମିଟି ସମସ୍ତ ସଦସ୍ୟ  ଉପସ୍ଥିତ ଥିଲେ।

ସେହିପରି ଚନ୍ଦନ ବଜାର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ଏଥିପାଇଁ ପ୍ରତ୍ୟୁଷରୁ କଳସ ଯାତ୍ରା, ପରେ ପରେ ସୂର୍ଯ୍ୟ ପୂଜା ଆଦି ରୀତି ନୀତି ମୁତାବକ ଅନୁଯାୟୀ ହୋଇଛି। ରବି ନାରାୟଣ କବି ଶତପଥୀ ପୂଜକ ଦାୟିତ୍ୱ ତୁଲାଇଥିଲାବେଳେ କର୍ତ୍ତାଭାବେ ରୁଦ୍ର ନାରାୟଣ ଷଡ଼ଙ୍ଗୀ ଦାୟିତ୍ୱ ତୁଲାଉଛନ୍ତି। ସେହିଭଳି ପୂଜା କମିଟିର ସଭାପତି ଶିଶିର କୁମାର ଦଳେଇ, ସମ୍ପାଦକ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସମେତ କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହୋଇଛି।

ସହରର  ଆନନ୍ଦ ବଜାର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ  ପକ୍ଷରୁ ମହାଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ରୀତିନୀତି ଅନୁଯାୟୀ ପୂଜକ ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏଥିରେ ପୂଜା କମିଟିର ସଭାପତି ଚକ୍ରଧର ନାୟକ, ସମ୍ପାଦକ ଚିତ୍ତରଞ୍ଜନ ସାହୁ, ସହ ସମ୍ପାଦକ ବଳଭଦ୍ର ନାୟକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ପୂଜାରେ କର୍ତ୍ତାଭାବେ ମନୋରଞ୍ଜନ ସାହୁ ରହିଛନ୍ତି।

ଗୋପବନ୍ଧୁ ବଜାର ସ୍ଥିତ ଡଙ୍କୁଣିଆ ସାହି  ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ଏଥି ଅବସରରେ ମା’ଙ୍କ ଷୋଡ଼ ଉପଚାରରେ ପୂଜାର୍ଚ୍ଚନା ସହିତ ଶ୍ରୀସୁକ୍ତ ରେ ଆହୁତି ଓ ବିଭିନ୍ନ ଭୋଗ  ଲାଗି କରାଯାଇଥିଲା। ଏଥିରେ ପୂଜକଭାବେ ସଞ୍ଜିପ କର ପୂଜାର୍ଚ୍ଚନା କରୁଛନ୍ତି। କର୍ତ୍ତାଭାବେ ଅନନ୍ତ ମଲ୍ଲିକ ରହିଛନ୍ତି। ପୂଜା କମିଟିର ସଭାପତି ବିଜୟ ସାହୁ, ସମ୍ପାଦକ ସରୋଜ ମଲିକ ଏବଂ କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇଥିଲା।

ସେହିଭଳି ସହରର ଦୁର୍ଗା ବଜାର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମହାଲକ୍ଷ୍ମୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଗ୍ରହଣ ଲାଗିବା କାରଣରୁ ଆବଶ୍ୟକ ରୀତି ନୀତି ମୁତାବକ ପୂଜାର୍ଚ୍ଚନା କାର୍ଯ୍ୟ ପ୍ରାତଃ ସମୟରୁ ଆରମ୍ଭ ହୋଇଛି। ଏଥିରେ ପୂଜକଭାବେ ସୁସା ଭାଇନା ଓ କର୍ତ୍ତାଭାବେ ରଘୁନାଥ ଦାସ ଦାୟିତ୍ୱ ତୁଲାଉଛନ୍ତି। ପୂଜା କମିଟିର ସଭାପତି ପ୍ରକାଶ ମହାନ୍ତି, ସାଧାରଣ ସମ୍ପାଦକ  ପ୍ରଶାନ୍ତ ମହାନ୍ତି ଓ କମିଟି ଅନ୍ୟ ସଦସ୍ୟ ଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ହେଉଛି। ଏହା ସହିତ ସହରର ଅନ୍ୟାନ୍ୟ ପୂଜା କମିଟି ପକ୍ଷରୁ ମଧ୍ୟ ମା’ ଲକ୍ଷ୍ମୀଙ୍କ ପୁଜାର୍ଚ୍ଚନା ଆଡ଼ମ୍ବର ସହକାରେ ହେଉଛି। ସପ୍ତାହେ ବ୍ୟାପୀ ହେବାକୁ ଥିବା ଏହି ପୁଜାର୍ଚ୍ଚନାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

error: Content is protected !!