ଆଦର୍ଶ ପାଠାଗାର ପକ୍ଷରୁ ଭଞ୍ଜ ସାସ୍କୃତିକ ନ୍ୟାସ ସହଯୋଗରେ କୁମାର ଉତ୍ସବ-୨୦୨୩ ଆୟୋଜିତ
1 min read
ଓଡ଼ିଆ ଚଳଚ୍ଚିତ୍ର ଅବିନେତ୍ରୀ ଓ କଣ୍ଠଶିଳ୍ପୀ ଭାସ୍କର ପୁହାଣଙ୍କୁ କୁମାର ଉତ୍ସବ-୨୦୨୩ ସମ୍ମାନ ପ୍ରଦାନ
ରାଉରକେଲା ସହରର ସର୍ବପୂରାତନ ସାହିତ୍ୟ ତଥା ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସ ର ମିଳିତ ଆନୁକୂଲ୍ୟରେ ଭଞ୍ଜ ଭବନ ସ୍ଥିତ ଭଞ୍ଜପ୍ରେକ୍ଷାଳୟଠାରେ କୁମାର ଉତ୍ସବ ଅନୁଷ୍ଠିତ ହୋଇଛି। ଆଦର୍ଶ ପାଠାଗାର ର ସଭାପତି ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ଶତପଥୀଙ୍କ ସଭାପତିତ୍ବ ଓ ପାଠାଗାରର ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶାର ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶ୍ରୀ ତରାଇ ପ୍ରଶଂସା କରିବା ଆମର ପୁରାତନ ସଂସ୍କୃତି କୁ ବଞ୍ଚାଇ ରଖିବାର ପ୍ରୟାସ ପାଇଁ ଉଦ୍ୟମ କୁ ସାଧୁବାଦ ଦେଇଥିଲେ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଓଡ଼ିଶାର କଳା ସଂସ୍କୃତିରେ ଖ୍ୟାତି ଅର୍ଜନ କରିଥିବା ସୁନାମଧନ୍ୟ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ଡ଼ଃ ତ୍ରିପୁରା ମିଶ୍ର ଏବଂ ଇସ୍ପାତ ନଗରୀର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ପୁହାଣ ଙ୍କୁ କୁମାର ଉତ୍ସବ ସମ୍ମାନ-୨୦୨୩ ରେ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ଫକୀର ଚରଣ ପତି ଓ ସାଥୀଙ୍କ ଦ୍ଵାରା ସ୍ବାଗତ ସଂଗୀତ ଓ ନୃତ୍ୟଗୁରୁ ସୁଦେଷ୍ଣାରାଣୀ ରାଉତ ଙ୍କ ନିର୍ଦ୍ଦେଶନାରେ ଉପାସନା ଅନୁଷ୍ଠାନ ଦ୍ଵାରା ‘କୁଆଁର ପୁନେଇ ଜହ୍ନ ଗୋ’ ନୃତ୍ୟ ନାଟିକା ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ଉପଦେଷ୍ଟା ଅଭୟ କୁମାର ଦାସ ସ୍ବାଗତ ଅଭିଭାଷଣ ରଖିଥିଲେ। ଏହା ସହିତ ଗୌତମ ଗିରି, ମନୋଜ ସେଠୀ, ଆକାଂକ୍ଷା ନାୟକ, ଭାଗ୍ୟଶ୍ରୀ, ଭାସ୍କର ଚନ୍ଦ୍ର ପୁହାଣ ପ୍ରମୁଖ ମନଛୁଆଁ ଓଡ଼ିଆ ସଂଗୀତ ପରିବେଷଣ କରିଥିଲେ।

ପ୍ରାରମ୍ଭରେ ସିନେ ଜଗତର ଦିବଙ୍ଗତ ସଂଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ବିୟୋଗ ରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଆକାଶବାଣୀର ଉଦ୍ଘୋଷିକା ତଥା ସଙ୍ଗୀତ ଶିଳ୍ପୀ ଶୁଭଶ୍ରୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳା ଓ ସଂସ୍କୃତି ପ୍ରେମୀ ସହରବାସୀ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଏଥିପାଇଁ ସଭାପତି ଶ୍ରୀ ଶତପଥୀ ଓ ସାଧାରଣ ସମ୍ପାଦକ ଶ୍ରୀ ଖୁଣ୍ଟିଆ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି।

ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା ବିଷ୍ଣୁ ମହାନ୍ତି, ଗୋପିନାଥ ପଟ୍ଟନାୟକ, ଡାକ୍ତର ଉତ୍ତମ ଚରଣ ଜେନା,ରାଧାକାନ୍ତ ମିଶ୍ରଙ୍କ ସମେତ ଆଦିତ୍ୟ ମହାପାତ୍ର, ଆଇନଜୀବୀ ସୁରେଶ ମାଝୀ, ଉପସଭାପତି ବାଉରୀବନ୍ଧୁ ସାହୁ, କୈଳାସ ସାବତ, ଜ୍ୟୋତିରଞ୍ଜନ ମହାପାତ୍ର, ଡ଼ା ବସନ୍ତ କୁମାର ଦାସ, ପ୍ରଧ୍ୟାପକ ଡ଼ଃ ସନାତନ ପ୍ରଧାନ, ଅଶୋକ କୁମାର ବଳ, ଅର୍ଚ୍ଚନା ମହାନ୍ତି, ଲୋକ ସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ, ପ୍ରଦୀପ କୁମାର ପଟ୍ଟନାୟକ, ଡ଼ଃ ଜୟନ୍ତୀ ପାଢ଼ୀ, ଦୀନବନ୍ଧୁ ରଥ, ପଞ୍ଚାନନ ପାତ୍ର, ମନୋଜ ପଣ୍ଡା,ଟୁକୁଲା ପାଢ଼ୀ, ବିଭୁତି ଭୁଷଣ ବିଶ୍ବାଳ, ପ୍ରଳୟ ଶତପଥୀ, ବିଜୟ ପାତ୍ର, ସନ୍ତୋଷ ରଥ,ଅଟମ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।