ଇଟରନାଲ୍‌ ଫେଥ୍‌ ମିନିଷ୍ଟର୍ସ ଆନୁକୂଲ୍ୟରେ ହମିରପୁର ବିଶପ୍‌ଙ୍କ ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ

1 min read
Spread the love

ରାଉରକେଲା ସହରର ହମିରପୁର ସ୍ଥିତ ଫେଥ୍‌ ପରିବାର ଚର୍ଚ୍ଚ ପକ୍ଷରୁ ବିଶପ୍‌ଙ୍କ ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ହାଇଦ୍ରାବାଦ୍‌ରୁ ଆସିଥିବା ବିଶପ୍‌ ଯୋଶୁଆ ମଣ୍ଡପାଳି ମୁଖ୍ୟ ଅତିଥିଭାବେ ଯୋଗଦେଇ ରେଭ୍‌ ଡକ୍ଟର ଜଳନ୍ଧର ଗୋଚ୍ଛାୟତଙ୍କୁ ନୂତନ ବିଶପ୍‌ଭାବେ ଅଭିଶେକ କରାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଖ୍ରୀଷ୍ଟା ଧର୍ମାବଲମ୍ବୀ ଯୋଗଦେଇଥିଲେ। ଏହା ସହିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ବିଭିନ୍ନ ବର୍ଗର ବିଶପ୍‌ ଓ ଅନ୍ୟ ଧର୍ମଗୁରୁମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ହାଗାଇ ପୋଲ, ରେଭ ଡକ୍ଟର ମଙ୍ଗଳଦାନ , ରେଭ୍ ସମୀର ଛୋଟରାୟ, ଡକ୍ଟର ବେରନିକା ଗୋଚ୍ଛାୟତ, ଧର୍ମଗୁରୁ ଚିନିଲ କଚ୍ଛପ ଓ ଶଙ୍କର ଲୋହାର ପ୍ରମୁଖ ସକ୍ରୀୟଭାବେ ଯୋଗଦେଇଥିଲେ।

ସନ୍ଧ୍ୟା ସମୟରେ ହୋଇଥିବା କାର୍ଯ୍ୟକ୍ରମରେ ସାମୁହିକ ପ୍ରାର୍ଥନା ସହିତ ଇଶ୍ୱରଙ୍କ ପବିତ୍ର ବାର୍ତ୍ତା ଆଦି ଆୟୋଜନ ହୋଇଥିଲା। ଶେଷ ପର୍ଯ୍ୟାୟରେ ସମସ୍ତେ ସାମୁହିକ ଭୋଜନରେ ଯୋଗଦେଇଥିଲେ।   

Leave a Reply

Your email address will not be published. Required fields are marked *

error: Content is protected !!