ଆରପିଏଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଆୟୋଜିତ

1 min read
Spread the love

ରାଉରକେଲା ସହରର ଆରପିଏଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୩ ରିଜର୍ଭ ପୁଲିସ ଲାଇନ୍ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତିଙ୍କ ଅଧ୍ୟକ୍ଷତା ଓ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଶ୍ରା ବ୍ଲକ ଶିକ୍ଷାଧିକାରୀ ବେଣୁଧର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ କୁଞ୍ଜବିହାରୀ ରାଉତ ଯୋଗଦେଇଥିଲେ। ଏହା ସହିତ ବିଶ୍ରା ବ୍ଲକ ର ପ୍ରାକ୍ତନ ଏବିଇଓ ପ୍ରଫୁଲ୍ଲ ଜେନା ଏବଂ କୁତ୍ରା ବ୍ଲକ୍‌ ବିଇଓ କୃପାସିନ୍ଧୁ ପତି ଏବଂ ମୁଖ୍ୟବକ୍ତା ଭାବେ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରଫେସର ଡ଼ଃ ସନାତନ ପ୍ରଧାନ ଯୋଗଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନରେ ଆଣିବାରେ ସହାୟକ ହେଉଥିବାରୁ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ୧୩ଟି ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରେ କୁଇଜ୍,ବତ୍କୃତା, ସଙ୍ଗୀତ, ରଚନା, ଶ୍ରୃତଲିଖନ, ନୃତ୍ୟ, ଶିଳ୍ପକଳା, ସାମୁହିକ ଅଭିନୟ ଓ ମିଲେଟ ପ୍ରତିଯୋଗିତା କରାଯାଇଥିଲା।

ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ସ୍ବତନ୍ତ୍ର ଜେଲ ର ଅଧୀକ୍ଷକ ଜୀବନ ସିଂ ମୁଣ୍ଡା, ସ୍ବତନ୍ତ୍ର ଅତିଥି ଭାବେ ବ୍ଲକ୍‌ ଶିକ୍ଷାଧୀକାରୀ ବେଣୁଧର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ରାଉରକେଲା କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ, ଵିଶ୍ରା ଏବିଇଓ ସତ୍ୟଭାମା ବେହେରା ଓ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ରାଜକୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏଥିରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସିଆରସିସି ଦୀପକ କୁମାର ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଶେଷରେ ବିବେକାନନ୍ଦ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରଶ୍ମିତ କୁମାର ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରୀ ସରୋଜିନୀ ଜେନା ନୃତ୍ୟ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ ଅଧ୍ୟାପିକା ସସ୍ମିତା ଜେନା, ରାଧାକାନ୍ତ ମହାରଣା, ବିଜୟିନୀ ଜେନା, ଅଶୋକ ବଳ, ପଞ୍ଚାନନ ପାତ୍ର, ସନ୍ତୋଷ କୁମାର ପାଣିଗ୍ରାହୀ, ହରିହର ବେହେରା ପ୍ରମୁଖ ଦାୟିତ୍ଵ ତୁଲାଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଜୋସ୍ନାରାଣୀ ପାତ୍ର, ଦେବଜାନୀ ବାରିକ, ସ୍ବୟଂପ୍ରଭା ଦାସ, ପାର୍ବତୀ ଟପ୍ପୋ, ତିଳୋତ୍ତମା ସାମନ୍ତରାୟ, ପ୍ରତିମା ବେହେରା, ରମେଶ ଚନ୍ଦ୍ର ରାଉଳ, ବନବିହାରୀ କିଶାନ, ତଥା ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!