ରିମ୍.ସରେ ରୋଟ୍ରାକ୍ଟ କ୍ଲବ୍ର ସ୍ଥାପନା ଦିବସ କାର୍ଯ୍ୟକ୍ରମ
1 min read
ରାଉରକେଲା ସ୍ଥିତ ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍.ର ପ୍ରଫେସର ସୌର୍ଯ୍ୟ ପଟ୍ଟନାୟକ ଅଡିଟୋରିୟମ୍ କକ୍ଷରେ ୨୦୨୩-୨୪ ବ୍ୟାଚ୍ ପାଇଁ ରୋଟାରାକ୍ଟ କ୍ଲବ୍ ଅଫ୍ ଗାନ୍ଧୀ ମହାବିଦ୍ୟାଳୟର ୪ର୍ଥ ସ୍ଥାପନା ଦିବସ ଏବଂ ରୋଟାରାକ୍ଟ କ୍ଲବ ଅଫ୍ ରିମ୍.ସର ୨ୟ ସ୍ଥାପନା ଦିବସ ମିଳିତ ଭାବେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଷ୍ଟିଲ୍ ସିଟିର ସଭାପତି ରୋଟାରୀଆନ୍ ପୁତୁଲ୍ ରାହୁଲ ସଭାପତିତ୍ୱ କରିଥିଲାଲେ। ସାଧାରଣ ସମ୍ପାଦକ ଅର୍ଚ୍ଚନା ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିମ୍.ସର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ମୁଖ୍ୟ ଅତିଥି, ପିଡିଜି ରୋଟାରୀଆନ୍ ଫକୀର ଚରଣ ମହାନ୍ତି ସମ୍ମାନୀତ ଅତିଥି, ଅନ୍ୟତମ ଅତିଥି ଭାବେ ରିମ୍.ସର ସମ୍ପାଦକ ଡ. ଆର୍ଯ୍ୟ ପଟ୍ଟନାୟକ, ନିର୍ଦ୍ଦେଶକ ଡ. କରୁଣାକର ପାତ୍ର, ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ସୁବ୍ରତ ପଟ୍ଟନାୟକ, ରୋଟାରାକ୍ଟ କ୍ଲବର ଅଧ୍ୟକ୍ଷ ରୋଟାରୀଆନ୍ ଯଶଦୀପ୍ ସିଂ ଛାବ୍ରା, ଉପଦେଷ୍ଟା ଡ.ଅଞ୍ଜନା ମୈତ୍ର, ପୂର୍ବ ସଂପାଦିକା ସୁଶ୍ରୀ ଅଂଶୁ କୁମାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ଗତବର୍ଷ ରିମ୍.ସ ଓ ରୋଟାରାକ୍ଟ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏଥିସହ ଛାତ୍ର ଜୀବନରେ ରୋଟାରୀ ଏବଂ ରୋଟାରାକ୍ଟ କ୍ଲବର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ଯୋଗଦେଇଥିବା ଅତିଥିମାନେ ରୋଟାରାକ୍ଟଙ୍କର ଜୀବନଶୈଳୀ ଅନ୍ୟମାନଙ୍କ ପାଇଁ ଉଦାହରଣ ହେଉଥିବା ବେଳେ ଏହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛି ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ ସହ ବିଶ୍ୱଶାନ୍ତି ପ୍ରତିଷ୍ଠା ନିମନ୍ତେ ୧ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା। ପରେ ପ୍ରଫେସର ସିଦ୍ଧାର୍ଥ ପ୍ରସାଦ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏଥିରେ ଗତବର୍ଷର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପାଠ କରାଯାଇଥିଲା। ଏହି ଅବସରରେ ରୋଟାରାକ୍ଟ କ୍ଳବର ପ୍ରାକ୍ତନ ସଭାପତି ଦେବାଂଶୁ ଦାସ ନୂତନ ସଭାପତି ରାହୁଲ ସିଂହ ଙ୍କୁ ଓ ସାଧାରଣ ସମ୍ପାଦିକା ଅଂଶୁ କୁମାରୀ ନୂତନ ସମ୍ପାଦକ ଗୋବିନ୍ଦ କୱାଟିଆଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମରେ କୁଲଦୀପ କୌର ସିଦ୍ଧୁ, ଗାୟତ୍ରୀ କୁରୁପ, ସିଦ୍ଧାର୍ଥ ଶଙ୍କର ପ୍ରଧାନ, ରୋଶନ କୁମାର ପାଶୱାନ୍, ତ୍ରିଲୋଚନ ଜେନା, ଗାନ୍ଧୀ ମହାବିଦ୍ୟାଳୟର ଉଷାରାଣୀ ସାହୁ ଏବଂ ପଦ୍ମିନୀ ମେହେର, ରୋଟାରୀଆନ୍ ଦିଲୀପ କୁମାର ଭୁଇ, ପ୍ରତିଭା ଦେବୀ, ନିର୍ଲଭ ରତ୍ନାକର, ଟୁନିଦେବୀ ସାହୁ, ରଶ୍ମି ନାୟକ, ସଞ୍ଜିତ ଛୋଟରାୟ, ବିକାଶ ବାରିକ, ଡ.ସରିତା ମଲ୍ଲ, ପ୍ରଶାନ୍ତି, ରଶ୍ମି ଦାସ ଓ ଗାନ୍ଧୀ ମହାବିଦ୍ୟାଳୟର 72 ଜଣ ରୋଟାରାକ୍ଟଙ୍କ ସହ ରିମ୍ସର ଶତାଧୀକ ରୋଟାରାକ୍ଟ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପିକା ଗାୟତ୍ରୀ କୁରୁପ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଦୀପ୍ତିରଞ୍ଜନ ସେଠୀ ଓ ରୋହିତ ଗୋରାଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।