ଇସ୍ପାତ ସାହିତ୍ୟ ସଂସଦର ୫୩ତମ ବାର୍ଷିକୋତ୍ସବ ପାଳନ

1 min read
Spread the love

ସମାଜର ତଳ ସ୍ତରର ମଣିଷର କଥା କହୁଛି ଆଧୁନିକ ସାହିତ୍ୟ: ଡ ଚନ୍ଦ୍ରଶେଖର ହୋତା

ରାଉରକେଲା ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ୫୩ତମ ବାର୍ଷିକୋତ୍ସବ ସେକ୍ଟର-୭ସ୍ଥିତ ସଂସଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ବାଳ ସମ୍ପାଦକୀୟ ବିବରଣି ପାଠ କରିଥିଲେ। ବିଭୁପ୍ରସାଦ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘ ର ସଭାପତି ଇଂ ଅଭୟ କୁମାର ଦାସ ଏବଂ ମୁଖ୍ୟବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ପ୍ରାବନ୍ଧିକ ତଥା ସମାଲୋଚକ ଡ଼ଃ ଚନ୍ଦ୍ରଶେଖର ହୋତା ଯୋଗଦେଇଥିଲେ। ଡ ହୋତା ଆଲୋଚ୍ୟ ବିଷୟ ‘ ସାହିତ୍ୟର ଆଧୁନିକ ସଂଜ୍ଞା ଓ ସୂରୁପ’ ସମ୍ପର୍କରେ ଆଲୋଚନା କରି ପୂର୍ବରୁ ସାହିତ୍ୟରେ କ୍ରମାନ୍ୱୟରେ ପ୍ରକୃତି, ଦେବାଦେବୀ, ରାଜାରାଣୀ, ଜାତୀୟତା ସଂଗ୍ରାମ ବିଷୟରେ କୁହାଯାଉଥିଲା। ବର୍ତ୍ତମାନ ସମୟରେ ସାହିତ୍ୟ ମଣିଷର କଥା କହୁଛି। ଆମ ସାହିତ୍ୟ ର ମୂଳ ଭିତ୍ତି ହେଲା ମଣିଷର ମନକୁ ଓଦା କରିବା ସହ ସମ୍ବେଦନା ଓ କରୁଣାରେ ଭରିଦେବା। ବର୍ତ୍ତମାନ ସମୟରେ ସାହିତ୍ୟ ମାନବିକତାର କଥା କହୁଛି। ସାହିତ୍ୟ ସମସ୍ତଙ୍କୁ ଆଲିଙ୍ଗନ କରି କରୁଣାର ସେତୁରେ ବାନ୍ଧି ରଖିଥାଏ। ଇଂ ଦାସ ତାଙ୍କ ବକ୍ତବ୍ୟରେ ସାହିତ୍ୟ ଓ ସମାଜ ସର୍ବଦା ପରିବର୍ତ୍ତନଶୀଳ ବୋଲି କହିଥିଲେ। ପରିବର୍ତ୍ତନ ସହ ଆମକୁ ଚାଲିବାକୁ ପଡ଼ିବ। ଆମେ କିପରି ସାହିତ୍ୟ ଓ ଭାଷା ପ୍ରତି ଯୁବପିଢି ଙ୍କୁ ଆକର୍ଷିତ କରିପାରିବା ତାହା ଆଜିର ଦିନରେ ଆହ୍ବାନ ହୋଇଛି ବୋଲି ଇଂ ଦାସ କହିଥିଲେ।

ଏହି ଅବସରରେ ସଂସଦର ବାର୍ଷିକ ମୁଖପତ୍ର ‘ସ୍ତବକ’ ଏବଂ ଏହା ସହିତ ନର୍ମଦା ଦାସ ନାୟକଙ୍କ କବିତା ସଙ୍କଳନ ‘ଗୋଧୂଳି’ ପୁସ୍ତକକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଚଳିତ ବର୍ଷ ବ୍ୟାସକବି ପୁରସ୍କାରରେ ଡ଼ଃ ଚନ୍ଦ୍ରଶେଖର ହୋତା ଓ ହରିହର ବେହେରା, କବି ଡାକ୍ତର ଧୋବେଶ ଚନ୍ଦ୍ର ମିଶ୍ର ସ୍ମୃତି ସାରସ୍ଵତ ସମ୍ମାନ ରେ କୁଞ୍ଜବିହାରୀ ରାଉତ, ପଦ୍ମଚରଣ ମହାପାତ୍ର ସ୍ମୃତି ସାରସ୍ଵତ ସମ୍ମାନ ରେ ଶିବାଶିଷ ପାଢ଼ୀ, କବି କୁନ୍ତଳା କୁମାରୀ ଦେବୀ ସ୍ମୃତି ସାରସ୍ଵତ ସମ୍ମାନ ରେ ପୁଷ୍ପଲତା ପାଣିଗ୍ରାହୀ, ଧନେଶ୍ଵର ନାୟକ ସ୍ମୃତି ସାରସ୍ଵତ ସମ୍ମାନ ରେ ଡ ନିତ୍ୟାନନ୍ଦ ଖମାରୀ,ଅନନ୍ତ ନାୟକ ସ୍ମୃତି ସାରସ୍ଵତ ସମ୍ମାନ ରେ ସ୍ନିଗ୍ଧା ନାୟକ,ବିଜୟ କ୍ରିଷନ ଲାଲ ସ୍ମୃତି ସାରସ୍ଵତ ସମ୍ମାନ ରେ ସଞ୍ଜୀବ କୁମାର ଭୋଇ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଙ୍ଗଠନର କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନନ୍ଦ, ଉପସଭାପତି ରଶ୍ମିବାଳା ରାଉତରାୟ ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦେଇଥିଲେ।

ଦ୍ବିତୀୟ ପର୍ଯ୍ୟାୟରେ କବି ମଞ୍ଜୁଳା କୁମାରୀ ରଥଙ୍କ ଅଧ୍ୟକ୍ଷତାରେ ସୁମିତ୍ରା ମିଶ୍ର, କଳ୍ପନା ନନ୍ଦ ଓ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ କୁଞ୍ଜବିହାରୀ ରାଉତ, ରଙ୍କନିଧି ସେଠୀ, ରଶ୍ମିବାଳା ରାଉତରାୟ, ରଶ୍ମି ସାହୁ, ହରିହର ବେହେରା, ବସନ୍ତ ବିଶ୍ଵକର୍ମା, ପ୍ରତାପ ପଣ୍ଡା,ବ୍ରଜବିହାରୀ ଦାଶ,ଗୈ।ତମ ଦାସ, ସ୍ଵର୍ଣ୍ଣପ୍ରଭା ଦତ୍ତ, ଉପେନ୍ଦ୍ର ବସ୍ତିଆ, ସତ୍ୟବ୍ରତ ଦାସ, ଚିତ୍ତରଞ୍ଜନ ବ୍ରହ୍ମା,ଦିପ୍ତି ମହାନ୍ତି, ପ୍ରଶାନ୍ତ ମେହେର, ଅର୍ଚ୍ଚନା ପାତ୍ର, ତାରିଣୀ ଚରଣ ସାହୁ, ଗୁଣନିଧି ପ୍ରଧାନ, ସାଗର ମହାନ୍ତି, ମଞ୍ଜୁଳା ପାତ୍ର, ହୃଷିକେଶ ସାହୁ,ବନଲତା ମିଶ୍ର, ସୁନିତା ସାହୁ, ନିଶିକାନ୍ତ ମିଶ୍ର, ପ୍ରଫୁଲ୍ଲ ବାରିକ, ନିତ୍ୟାନନ୍ଦ ଖମାରୀ, ପୁଷ୍ପ ଲତା ପାଣିଗ୍ରାହୀ, ସୁଷମା ପଟେଲ, ଆର୍ତ୍ତତ୍ରାଣ ମହାପାତ୍ର ଓ ସଂଯୋଜକ ମାନେ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ଉପେନ୍ଦ୍ର କୁମାର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଉରକେଲା, ସୁନ୍ଦରଗଡ, ତାଳଚେର ପ୍ରମୁଖ ଅଞ୍ଚଳରୁ ଶତାଧିକ ସାହିତ୍ୟିକ,କବି, ଶିକ୍ଷାବିତ୍ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସାଧାରଣ ସମ୍ପାଦକ ଶ୍ରୀ ବିଶ୍ବାଳ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!