ଲୋକ ନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ
1 min readହିନ୍ଦ ମଜଦୁର ସଭା ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ଙ୍କ ଦ୍ବାରା ରାଉରକେଲା ମଜଦୁର ସଭା ବିଶ୍ରା ରୋଡ କାର୍ଯ୍ୟାଳୟରେ ଲୋକ ନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୨ ତମ ଜୟନ୍ତୀ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଏନ୍ଏସ୍ପିସିଏଲ୍ କର୍ମଚାରୀ ସଂଘର ହରେକୃଷ୍ଣ ପାଢୀ ଯୋଗଦେଇ ଜୟ ପ୍ରକାଶ ଙ୍କ ସ୍ମୃତିଚାରଣ ସହ ବିଭିନ୍ନ ପ୍ରସଙ୍ଗ ଆଲୋଚନା କରିଥିଲେ। ଆଇଡିଏଲ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ପରିଡା ପୂଜ୍ୟପୂଜା ଓ ବର୍ତ୍ତମାନର ଆଧୁନିକତାର ଜଗତରେ ଏହି କାର୍ଯ୍ୟକ୍ରମକୁ ଉଜ୍ଜୀବିତ ରଖିବା ଲାଗି ଗୁରୁତ୍ଵାରୋପ କରିଥିଲେ। ଆୟୋଜକ ଦିଗମ୍ବର ମହାନ୍ତି ଲୋକ ନାୟକ ଜୀବନବ୍ୟାପୀ ସମାଜବାଦୀ ଜନକ କାର୍ଲ ମାକ୍ସ ନୀତିକୁ ଅନୁସରଣ କରିବା ସହ, ପଦ ପଦବୀ ଲାଳସାକୁ ଦୁରେଇ ଦେଇଥିଲେ ବୋଲି କହିଥିଲେ। ମୋରାର୍ଜୀ ଦେଶାଇ ଙ୍କୁ ପ୍ରଧାନମନ୍ତ୍ରୀ କରାଇବା ସହ ଲୋକନାୟକ ଜୟପ୍ରକାଶ, ନାରାୟଣ ଭାବରେ ଦେଶବାସୀଙ୍କ ହୃଦୟରେ ସ୍ଥାନ ଅଧିକାର କରି ପାରିଥିଲେ। ସେ ଚମ୍ବଲ ଦସ୍ୟୁ ମାଖନ୍ ସିଂଙ୍କୁ ଆତ୍ମସମର୍ପଣ କରାଇବା ଓ ସମାଜର ମୁଖ୍ୟସ୍ରୋତ ରେ ସାମିଲ କରାଇବା ଆଦି ଅନେକ ସମାଜ ସଂସ୍କାର କାର୍ଯ୍ୟ କରିଥିବା ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଜୀବନ ସାରା ସମାଜବାଦୀ ଚିନ୍ତାଧାରର ବ୍ରତି ହୋଇ ଜୟପ୍ରକାଶ ମାତ୍ର ୭୭ ବର୍ଷରେ ଇହଲୀଳା ସମ୍ବରଣ କରିଥିଲେ। ଏ ଦେଶରେ ତାଙ୍କ ପରି ଜଣେ ମହାପୁରୁଷ ବାରମ୍ବାର ଜନ୍ମ ଗ୍ରହଣ କରି ଦେଶପାଇଁ କାମ କରିବାକୁ ଆଗେଇ ଆସନ୍ତୁ ଓ ତାଙ୍କର ଅମର ଆତ୍ମାର ସଦ୍ ଗତି କାମନା କରୁଛି ବୋଲି ଶ୍ରୀ ମହାନ୍ତି କହିଥିଲେ । ଏହି କାର୍ଯ୍ୟକ୍ରମରେ ମହେଶ୍ଵର ମହାପାତ୍ର, ଜଗବନ୍ଧୁ ଜେନାଙ୍କ ସମେତ ମୀରା ଦାସ, ମାନିଲା ଲଗୁନ୍,ସୁଜାତା ମିଞ୍ଜ ମମତା ଚାନ୍ଦ, ରାକେଶ ଚାନ୍ଦ ଗୋପାଳ ସିଂ ଓ ଅନ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଏହି କାର୍ଯ୍ୟକ୍ରମରେ ମହେଶ୍ଵର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।