ମାଇଣ୍ଡ ଗ୍ୟାମ୍ ଓଡ଼ିଆ ଚଳଚ୍ଚିତ୍ରର ଅଭିନେତା ମନୋଜ ମିଶ୍ର ରାଉରକେଲାରେ : ସାମ୍ବାଦିକ ସମ୍ମିଳନୀ ସହିତ ବୁଲିଲେ ବିଭିନ୍ନ ଚଳଚ୍ଚିତ୍ର ପ୍ରେକ୍ଷାଳୟ
1 min read
ଗତ ପାଞ୍ଚ ବର୍ଷ ପୂର୍ବେ ଘଟିଥିବା ବହୁ ଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପୋଲିସ ଯାଞ୍ଚ ସମ୍ପର୍କୀତ ସତ ଘଟଣା ଉପରେ ଆଧାରିତ ନିଚ୍ଛକ ଓଡ଼ିଆ କାହାଣି ଉପରେ ଆଧାରିତ ‘ମାଇଣ୍ଡ ଗ୍ୟାମ୍’ ଚଳଚ୍ଚିତ୍ରର ଅନ୍ୟତମ ଚର୍ଚ୍ଚିତ ନାୟକ ତଥା ଓଡ଼ିଆ ଅଭିନେତା ମନୋଜ ମିଶ୍ର ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ। ଏଥିରେ ସେ ଓଡ଼ିଆ ଚଳଚ୍ଚିତ୍ର ସମ୍ପର୍କୀତ ବିଭିନ୍ନ ସୂଚନା ଦେବା ସହିତ ମାଇଣ୍ଡ ଗ୍ୟାମ୍ ଚଳଚ୍ଚିତ୍ରର ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ଶ୍ରୀ ମିଶ୍ର ଚଳଚ୍ଚିତ୍ର ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା କରିଥିଲେ। ବିଶେଷଭାବେ ଏହି ଚଳଚ୍ଚିତ୍ରଟିର ସମସ୍ତ ବିଭାଗରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟ କରାଯାଇଥିବା ଯୋଗୁଁ ଚଳିତ ମାସ ୬ ତାରିଖରୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ମାଇଣ୍ଡ ଗ୍ୟାମ୍ କୁ ଦର୍ଶକମାନେ ଅଧିକରୁ ଅଧିକ ପସନ୍ଦ କରିବେ ବୋଲି ମନୋଜ କହିଛନ୍ତି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ରରେ ଅତୁଲ କୁଲକର୍ଣ୍ଣିଙ୍କ ସମେତ ନେକ ପ୍ରଖ୍ୟାତ ଓ ବିଶିଷ୍ଟ କଳାକାରଙ୍କ ଅଭିନୟ ଦମ୍ଦାର ହୋଇଛି ବୋଲି ମନୋଜ ମିଶ୍ର କହିଥିଲେ। ଏହା ସହିତ ମନୋଜ ମିଶ୍ର ଏବଂ ଚଳଚ୍ଚିତ୍ର ସମ୍ପର୍କୀତ ଅନ୍ୟ ବ୍ୟକ୍ତିମାନେ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିବା ରାଉରକେଲାର ତିନୋଟି ପ୍ରେକ୍ଷାଳୟ ବୁଲିବା ସହ ସେଠାରେ ଚଳଚ୍ଚିତ୍ର ପ୍ରେମୀଙ୍କ ସହ କିଛି ସମୟ ବିତାଇଥିଲେ। ଏହା ସହିତ ବିଭିନ୍ନ ମହାବିଦ୍ୟାଳୟ ଗସ୍ତ କରି ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଭେଟିବା ସହ ସେମାନଙ୍କୁ ଚଳଚ୍ଚିତ୍ର ଦେଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ରାଉରକେଲା ସହରର ବିଶିଷ୍ଟ ସମାଜସେବୀ ତଥା ନୃତ୍ୟଶିଳ୍ପୀ ପଦ୍ମିନୀ ପ୍ରାଣିଗ୍ରାହୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।