ସେକ୍ଟର-୧୫ ଥାନାରେ ଆମ ପୋଲିସର ବୈଠକ : ଶାନ୍ତି ଶୃଙ୍ଖଳାର ସହିତ ଦୁର୍ଗାପୂଜା ପାଳନ ନିମନ୍ତେ ଆଲୋଚନା

1 min read
Spread the love

ଆସୁଛି ସିଂହବାହିନୀ ମା ଦୁର୍ଗାଙ୍କ ଶାରଦୀୟ ଦୁର୍ଗା ପୂଜା। ଏଥିପାଇଁ ସଜେଇ ହେଉଛି ରାଉରକେଲା ସହର। ଏହି କ୍ରମରେ ସେକ୍ଟର-୧୫ ଥାନାରେ ଏମା ପୋଲିସର ଏକ ବେଠକ ଆୟୋଜିତ ହୋଇଯାଇଛି। ଏଥିରେ ଆସନ୍ତା ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ ନିମନ୍ତେ ଆଲୋଚନା କରାଯଇଛି। ଥାନା ଅଧିକାରିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଥାନା ଅଧିନରେ ରହିଥିବା ୮ଟି ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା ଓ ପ୍ରତିନିଧି ଉପସ୍ଥିତ ରହି ପୂଜା ସମୟରେ ସମସ୍ତ ବିଧିବ୍ୟବସ୍ଥା ପାଳନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ସେକ୍ଟର-୧୫ ଥାନା ଅନ୍ତର୍ଗତ ସେକ୍ଟର-୧୩, ସେକ୍ଟର-୧୪, ସେକ୍ଟର-୧୫, ସେକ୍ଟର-୧୬, ସେକ୍ଟର-୧୭, ସେକ୍ଟର-୧୮ ଅଞ୍ଚଳରେ ଥିବା ବିଭିନ୍ନ ଦୁର୍ଗାପୂଜା କମିଟିର ପ୍ରତିନିଧିମାନେ ଉପସ୍ଥିତ ର୍ଥିଲେ। ଏହି ପ୍ରତିନିଧିମାନେ ସମସ୍ତ ନୀତି ନିୟମ ପାଳନ ନିମନ୍ତେ ଏକ ଆବେଦନ ପତ୍ରରେ ସ୍ୱାକ୍ଷର କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!