ଜାତୀୟ କୁଲି ଦିବସ ରେ କୁଲି ମାନଙ୍କୁ ସମ୍ବର୍ଦ୍ଧନା                           

1 min read
Spread the love

ଜାତୀୟ କୁଲି ଦିବସ ପାଳନ ଅବସରରେ ରାଉରକେଲା ରେଳ ଷ୍ଟେସନରେ କୁଲି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୁଲିମାନଙ୍କ ତରଫରୁ ଅନୁଷ୍ଠିତ ଏକ ସଂକ୍ଷିପ୍ତ ସମାରୋହରେ କଂଗ୍ରେସ ର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ପସିସି ସାଧାରଣ ସଂପାଦକ  ବିରେନ ସେନାପତି, ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀ, ପିସିସି ସଭ୍ୟ ରବି ରାୟ ଓ ସନ୍ତୋଷ ବିଶ୍ବାଳ, ଓବିସି ରାଷ୍ଟ୍ରୀୟ ସହସଂଯୋଯକ କୈଳାଶ ସାହୁ, ବ୍ଲକ କଂଗ୍ରେସ ସଭାପତି ଜାଫର ନୁମାନ, ଉପସଭାପତି ବିଦ୍ୟାସାଗର ସିଂ, ଇନଟକ ଅଧ୍ୟକ୍ଷ ନିହାର ଦାସ, ସେବା ଦଳର ବୁଲୁ ଦାସ ପ୍ରମୁଖ ଯୋଗଦେଇ କୁଲିମାନ ଙ୍କ ର ସମାଜ ପ୍ରତି ଅବଦାନ ଓ ସେମାନଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ।

କୁଲିମାନଙ୍କ ନେତା ସଂଜୟ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ କୁଲି ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା। କୁଲି ମାନଙ୍କ ତରଫରୁ କଂଗ୍ରେସ ନେତାମାନଙ୍କୁ ମଧ୍ୟ ପୁଷ୍ପ ଗୁଛ ଦେଇ ସ୍ବାଗତ କରାଯିବା ସହିତ କଂଗ୍ରେସ ର ନେତା ମାନେ ଆଜି ଭଳି ଦିନ ରେ ସେମାନଙ୍କ ପାଖରେ ପହଞ୍ଚି ଥିବାରୁ ସେମାନେ ବିଶେଷ ଆନନ୍ଦିତ ବୋଲି ପ୍ରକାଶ କରିଥିଲେ।

କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ ଯେପରି ସେମାନଙ୍କ ସମସ୍ୟା ଶୁଣିବା କୁ ଆଗେଇ ଆସିଲେ ସେଥିପାଇଁ ସେମାନେ ତାଙ୍କ  ପ୍ରତି  କୃତଞ ବୋଲି ଏହି ଅବସରରେ ପ୍ରକାଶ କରିଥିଲେ। ଶେଷରେ ସମସ୍ତଙ୍କ ମଧ୍ୟରେ ଏହି ଅବସରରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାବୁ ଖାନ୍, ଶ୍ୟାମ ସାଗର, ସେକ୍ ସମିର, ମହମ୍ମଦ ଜମିର, ଯୁବ ନେତା ପ୍ରଦୀପ ବେହେରା, ରାଜୁ ପ୍ରସାଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!