ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ବ୍ୟାପକ ସଫେଇ କାର୍ଯ୍ୟକ୍ରମ

1 min read
Spread the love

ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ସ୍ଵତନ୍ତ୍ର ଅଭିଯାନ ଅଧୀନରେ ସେଲ ରାଉରକେଲା ଇସ୍ପାତ କାରଖାନା ଏହାର ବିଭିନ୍ନ ପ୍ଲାଣ୍ଟ ୟୁନିଟ୍ ଏବଂ ଇସ୍ପାତ ସହରାଞ୍ଚଳରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଜାରିରଖିଛି। ଅକ୍ଟୋବର ୨ ତାରିଖରୁ ୩୧ ତାରିଖ ମଧ୍ୟରେ ଧାର୍ଯ୍ୟ ହୋଇଥିବା ଏହି ଅଭିଯାନ କାର୍ଯ୍ୟାଳୟଗୁଡିକର ସାମଗ୍ରିକ ପରିଷ୍କାର ପରିଚ୍ଛନ୍ନତାରେ ଉନ୍ନତି ସାଧନ ସହିତ ଜନସାଧାରଣଙ୍କୁ ଉତ୍ତମ ଅଭିଜ୍ଞତା ପ୍ରଦାନର ଲକ୍ଷ୍ୟ ରଖିଛି।

ଏହି ଅଭିଯାନ ଉପଲକ୍ଷେ ଆରଏସପିର ଏଚଆରଡ଼ି ସେଣ୍ଟର, ନୂତନ ପ୍ଲେଟ୍ ମିଲ୍, ଷ୍ଟିଲ୍ ମେଲ୍ଟିଂ ସପ-୧, ଷ୍ଟ୍ରକଚରାଲ ଆଣ୍ଡ ଫେବ୍ରିକେସନ ସପ, କାଲସାଇନିଂ ପ୍ଲାଣ୍ଟ-୨ ରେ ସ୍ୱଚ୍ଛତା ଅଭିଯାନ ସମ୍ପନ୍ନ କରାଯାଇଥିଲା। ଏହା ବ୍ୟତୀତ ଇସ୍ପାତ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅଭିଯାନ ଅନ୍ତର୍ଗତ ଅଫିସରେ ସଫା ହେବାକୁ ଥିବା ଅନେକ ସ୍ଥାନ ଏବଂ ପୁରୁଣା ଅନାବାଦି ନଥିପତ୍ର ସାମଗ୍ରୀ  ଚିହ୍ନଟ କରାଯାଇଛି।

ସୂଚନା ମୁତାବକ ଯେ, ଗତ ମାସରେ ପାଳିତ ସ୍ଵଚ୍ଛତା ହିଁ ସେବା ଅଭିଯାନ ଅଧୀନରେ ଲୋକଙ୍କ ମଧ୍ୟରେ ଏହି ଅଭିଯାନ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ସ୍ଵଚ୍ଛତା ସଂକଳ୍ପ ଗ୍ରହଣ ସମେତ ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!