Spread the love

ଦିବଙ୍ଗତ ପୋଲିସ ଅଧିକାରୀ ରୁଚିର ବିଶ୍ୱାଳଙ୍କୁ ଇସ୍ପାତ ଫିଟନେସ ପାର୍କ ତରଫରୁ ଶ୍ରଦ୍ଧାଞ୍ଜଳି 

ସେକ୍ଟର ୧୯ସ ସ୍ଥିତ ଇସ୍ପାତ ଫିଟନେସ ପାର୍କର ଆରମ୍ଭ ଠାରୁ ଏହା ସହ ଅଙ୍ଗାଙ୍ଗୀ ଭାବେ ଜଡିତ ପୋଲିସ ଅଧିକାରୀ ରୁଚିର କୁମାର ବିଶ୍ୱାଳଙ୍କ ଅକାଳ ବିୟୋଗରେ ପାର୍କଠାରେ ତାଙ୍କୁ ଭବଓଊର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପାର୍କକୁ ଆସୁଥିବା ବର୍ଷିଆନ ମୁଖ୍ୟ ନିମାଇଁ ଚରଣ ରାୟଙ୍କ ଅଧ୍ୟକ୍ଷତା ଓ ଡ଼କ୍ଟର ସୁମନ ଦତ୍ତଙ୍କ ସଂଯୋଜନାରେ ପାର୍କର ଷାଠିଏରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ହୋଇ ସ୍ବର୍ଗତ ବିଶ୍ୱାଳଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ସ୍ବର୍ଗତ ବିଶ୍ୱାଳ ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ନୁଆସାହି ଗ୍ରାମରେ ୧୯୬୪ ମସିହାରେ ପିତା କାଠିଆ ବିଶ୍ୱାଳ ଓ ମାତା କୁଲେଇ ବିଶ୍ୱାଳଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ । ୧୯୮୫ ମସିହାରେ ଢେଙ୍କାନାଳ ଜିଲ୍ଲାରେ ପୋଲିସ ବିଭାଗରେ ଭର୍ତି ହୋଇ ୧୯୯୯ ମସିହାରେ ରାଉରକେଲାକୁ ବଦଳି ହୋଇ ଆସିଥିଲେ। ପୋଲିସ ବିଭାଗରେ ବିଭିନ୍ନ ପଦପଦବୀରେ ବିଶେଷ କରି ରାଉରକେଲା ପୋଲିସର ଟ୍ରାଫିକ ବିଭାଗରେ ବେଶ ଦକ୍ଷତାର ସହ କାର୍ଯ୍ୟ କରି ଉପରିସ୍ଥ ଅଧିକାରୀ ତଥା ଜନସାଧାରଣଙ୍କ ପ୍ରଶଂସା ଭାଜନ ହୋଇପାରିଥିଲେ। ଆସନ୍ତା ଏପ୍ରେଲ ମାସରେ ସେ ଅବସର ନେଇଥାନ୍ତେ। କିନ୍ତୁ ନିୟତିର ନିଷ୍ପତ୍ତି ଅନୁଯାୟୀ ଗତ ତିନି ତାରିଖରେ ହୃଦଘାତରେ ସେ ଇହଧାମ ତ୍ୟାଗ କରିଥିଲେ। ସେ ଜଣେ ମେଳାପୀ, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ଥିଲେ। ପାର୍କରେ ସବୁଦିନ ଶାରୀରିକ ବ୍ୟାୟାମ କରିବା ସହ ସମସ୍ତଙ୍କ ସାଙ୍ଗରେ ତାଙ୍କର ଅତ୍ମୀୟତା ଥିଲା। ତାଙ୍କର ଶ୍ରଦ୍ଧାଞ୍ଜଳି ସଭା ରେ ସ୍ମୃତି ଚାରଣ କରି ଡ଼ାକ୍ତର ଲକ୍ଷ୍ମୀକାନ୍ତ ବିଶ୍ୱାଳ, ଏନ. ରାଜେନ୍ଦ୍ରନ, ଅଜୟ ପୁଜାରୀ, କାଶିନାଥ ନନ୍ଦୀ, ବିକାଶ ରାଉତରାୟ, ବିକାଶ ପ୍ରଧାନ, ଅଶୋକ ଜେନା, ରାଜକିଶୋର ଯୋଶି,ଅଲେଖ ବେହେରା,ବସନ୍ତ ମଲ୍ଲିକ, ଜୟନ୍ତ ନାୟକ,ବିଵେକ ପରିଡ଼ା,ପି କେ ସାହୁ, ଅକ୍ଷୟ ରାଉତ, ମନୋରଞ୍ଜନ ପ୍ରଧାନ,ରୋମାନ୍ସ ନାୟକ, ପ୍ରଫୁଲ୍ଲ କୁମାର ଦାସ,ଅଧୀର ବାରିକ,ପି କେ ସ୍ବାଇଁ,ଏମ୍ ଡି ଦାଉଦ୍ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ସ୍ତ୍ରୀ ପଙ୍କଜିନୀ, ପୁଅ ଜଗଦୀଶ ,ପୁତ୍ରବଧୁ ମୌସୁମୀ ଓ କନ୍ୟା ଜୟଶ୍ରୀ ଙ୍କୁ ସମବେଦନା ଜଣାଇଥିଲେ । ଶେଷରେ ବିଦ୍ୟାଧର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!