ରାଉରକେଲା କଲେଜରେ ‘ ସ୍ବଚ୍ଛତା ପାଇଁ ଶ୍ରମଦାନ’ କାର୍ଯ୍ୟକ୍ରମ’ଅନୁଷ୍ଠିତ
1 min read
ରାଉରକେଲା ସହରର ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ କାର୍ଯ୍ୟକ୍ରମ ଅଧିକାରୀ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ସ୍ବଚ୍ଛତା ପାଇଁ ଶ୍ରମଦାନ ଓ ଶପଥ ପାଠ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି। ଆଳୈଯାଋଆ ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ମାର୍ଗଦର୍ଶନ ଏବଂ ବାଳିକା ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ରଶ୍ମିପ୍ରଭା ମଥାନଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ ଯୋଗ ଦେଇ କଲେଜ ପରିସର ସହିତ ଆଖପାଖ ଅଞ୍ଚଳରେ ସ୍ବଚ୍ଛତା ପାଇଁ ଏକ ଘଣ୍ଟାର ଶ୍ରମଦାନ କରିବା ସହ ନିଜ ନିଜର ଅଞ୍ଚଳକୁ ସ୍ବଚ୍ଛ ତଥା ସୁନ୍ଦର ରଖିବା ପାଇଁ ଶପଥ ପାଠ କରିଥିଲେ। ‘ସ୍ବଚ୍ଛତା ହିଁ ସେବା’- ବାର୍ତ୍ତା ଥିବା ସଙ୍କଳ୍ପ ପାଇଁ କଲେଜର ବରିଷ୍ଠ ପ୍ରାଧ୍ୟାପକ ଡଃ ରବୀନ୍ଦ୍ର କୁମାର ଜେନା, ସହକାରୀ ପ୍ରାଧ୍ୟାପିକା ଭାରତୀ ବରୱା, ସହକାରୀ ପ୍ରାଧ୍ୟାପକ ବନବିହାରୀ କିଷାନ, ସହକାରୀ ପ୍ରାଧ୍ୟାପକ ମନୋଜ କୁମାର ଦଳାଇ, ଅଧ୍ୟାପିକା ବୈଜୟନ୍ତୀ ବାରିକ ଏବଂ ଅଧ୍ୟାପକ ଜିତେନ୍ଦ୍ର ଡାକୁଆ ସ୍ବେଚ୍ଛାସେବୀମାନଙ୍କୁ ପ୍ରେରିତ କରିଥିଲେ। ଏଥିରେ କଲେଜର ଛାତ୍ରଛାତ୍ରୀ ଅନିତା ଜଗଦ୍ଦେବ, ଅଜୟ ଗୌଡ, ଗୋପାଳକୃଷ୍ଣ ଦାଶ, ହିମାଂଶୁ ନାୟକ, ଛବିଳ ସେଠୀ, ସୌମ୍ୟରଞ୍ଜନ ମହାନ୍ତି, ଲିପ୍ସା ବଳିଆର ସିଂହ, ତପସ୍ଵିନୀ କୁମ୍ଭାର, ସୁଶ୍ରୀରେଖା ବେହେରା, ସୋନାଲି ମହାନନ୍ଦ, ଭାରତୀ ବେହେରା, ସନ୍ଧ୍ୟାରାଣୀ ବେହେରା, ଅଙ୍କିତା ବାର୍ଲା, ଶିବାନୀ କେର୍କେଟା, ସଂଗୀତା କିସପଟା, ମାଳତୀ ଲାକ୍ରା, ସୁସ୍ମିତା ଓରାମ, ବିରାସମୁନି ମିଞ୍ଜ, ପ୍ରିୟଙ୍କା ବାର୍ଲା ପ୍ରମୁଖ ବହୁ ସ୍ବେଚ୍ଛାସେବୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।