ଏସ,ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଉରକେଲା କମିଟି ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ବିକ୍ଷୋଭ
1 min read
ଏସ,ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଉରକେଲା କମିଟି ପକ୍ଷରୁ ଜିଲ୍ଲା କମିଟି ସମ୍ପାଦକ ମଣ୍ଡଳୀ ସଭ୍ୟ ସତ୍ୟପ୍ରିୟ ମହାନ୍ତି, ଅଜୟ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଉରକେଲାବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଶନିବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ରାଉରକେଲାର ସମସ୍ତ ବସ୍ତି ଅଂଚଳରେ ସ୍ୱରେଜ ସିଷ୍ଟମ ,ଗୋଷ୍ଠୀ ଶୈାଚାଳୟ ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ,ଛେଣ୍ଡ ଅଂଚଳରେ ଥିବା ସମସ୍ତ ସ୍ୱରେଜ ବ୍ୟବସ୍ଥାକୁ ବିନା ମୁଳ୍ୟରେ ଘରକୁ ଘର ସଂଯୋଗୀ କରଣ,ଡେଙ୍ଗୁ,ମ୍ୟାଲେରିଆ ଏବଂ ଟାଇଫଏଡ ଜନିତ ପ୍ରତିଷେଧକ ଟୀକା ପ୍ରଦାନ ବ୍ୟବସ୍ଥା ହେଉ,ଡିଜେଲ,ପେଟ୍ରୋଳ ଓ ଇନ୍ଧନ ଗ୍ୟାସ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଉପରୁ ଦରବୃଦ୍ଧି ହ୍ରାସ କରାଯାଉା ୨୦୨୦ ବିଦ୍ୟୁତ ବିଲ ବ୍ୟବସ୍ଥା ବାତିଳ କରାଯାଉା ୨୦୨୨ ଶିକ୍ଷାନିତୀ ବାତିଲ କରାଯାଉା ସାମାଜିକ ସରକାରୀ ଭତା ୫ହଜାର ଟଙ୍କା କରାଯାଉା ଅଙ୍ଗନବାଡି,ପାଚିକା ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରାଯିବା ସହିତରେ ମାସିକ ଦରମା ୨୬ହଜାର କରାଯାଉ ,ମଦ୍ୟ ଓ ମାଦକ ଦ୍ରବ୍ୟାଦି ନିଷେଧ ଘୋଷିତ ହେଉ,ଆରଜିଏଚରେ ଆବଶ୍ୟକତା ମୁତାବକ ସ୍ପେସାଲିଷ୍ଟ ଡାକ୍ତର,ନର୍ସ ,ମେଡିକାଳ ଷ୍ଟାଫ ସହ ଶଯ୍ୟା ବୃଦ୍ଧି ଓ ଜେନେରିକ େଔାଷଧ ପତ୍ରର ସଂମ୍ପୁର୍ଣ୍ଣ ବ୍ୟବସ୍ଥା ହେଉ ,ସେକ୍ଟର-୧୮ ଗୋଲ୍ଡ ଫିଲ୍ଡ ଅଂଚଳରେ ନୂତନ ବିଦ୍ୟୁତ ସବଷ୍ଟେସନ ସ୍ଥାନପ ହେଉ ,ସମସ୍ତ ସ୍କୁଳ ଓ କାର୍ଯ୍ୟାଳୟରେ ଖାଳି ପଡିଥିବା ପଦ ପଦବୀ ପୁରଣ କରିବା ଉଲ୍ଲେଖ କରିଥିଲୋ ଏଥିରେ ରାଉରକେଲାର ବିଭିନ୍ନ ଅଂଚଳରୁ ଶତାଧିକ ମହିଲା ଓ ପୁରୁଷ ସାମିଳ ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ଦାବୀ ପୁରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲୋ ଏହି ଦାବୀପତ୍ର ପ୍ରଦାନ ଓ ବିକ୍ଷୋଭ ପ୍ରଦର୍ଶଣରେ ବିଦ୍ୟୁତ ମହନ୍ତ,ବିରେନ ନାୟକ,ଆଲୋକ ବେହେରା,ଶେଖ ଇସଲାମ,ମାର୍କଣ୍ଡ ଦାସ ,ଓସିମା ବେହେରା,ଗାୟତ୍ରୀ ପଣ୍ଡା ପ୍ରମୁଖାଦି ଶତାଧିକ ମହିଲା-ପୁରଷ ସାମିଲ ହୋଇଥିଲେ।