ଆର୍‌ଏସପି ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଓ ସ୍ବଚ୍ଛତା ସଂକଳ୍ପ ପାଠ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା -ଆରଏସପିରେ ସ୍ବଚ୍ଛତା ହିଁ ସେବା ଅଭିଯାନରେ କର୍ମଚାରୀ ତଥା ଇସ୍ପାତ ସହରାଞ୍ଚଳ  ବାସିନ୍ଦା ତଥା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଛି।

ସିଭିଲ୍ ଇଞ୍ଜିନିୟରିଂ ସର୍ଭିସେସ୍, କୋକ୍ ଓଭେନ, କଞ୍ଚାମାଲ ପ୍ରବନ୍ଧନ ବିଭାଗ ଏବଂ ପ୍ଲେଟ୍ ମିଲ୍ ରେ ବ୍ୟାପକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଅଧିକାରୀ ତଥା ବିଭାଗ ମୁଖ୍ୟଙ୍କ ସହ କର୍ମଚାରୀମାନେ ବିଭାଗର ସଂଲଗ୍ନ ସ୍ଥାନଗୁଡିକ ସଫା କରିବା ସହିତ ‘ ସ୍ଵଚ୍ଛତା ହିଁ ସେବା’ ସଂକଳ୍ପ ଗ୍ରହଣ କରିଥିଲେ।

ଏଥିରେ ଆରଏସପି ପରିଚାଳିତ ଇସ୍ପାତ ବିଦ୍ୟା ମନ୍ଦିର, ସେକ୍ଟର-୧୯ର ଛାତ୍ରଛାତ୍ରୀମାନେ ସ୍ଵଚ୍ଛତା ହିଁ ସେବା ପାଳନ ଉପଲକ୍ଷେ ସ୍ବଚ୍ଛତା ଉପରେ ସଚେତନତା ସୃଷ୍ଟି ପାଇଁ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ଏକ ପଦଯାତ୍ରାରେ ସାମିଲ ହୋଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ କେ ନାୟକ ଓ ଶିକ୍ଷକଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!