ରାଉରକେଲା ପୋଲିସ ମୁଖ୍ୟାଳୟକୁ ଅବଧି ପାର କରିଥିବା ଅମୁଲ ଲସି ଦେଇଥିବା ଅଭିଯୋଗରେ ବିନୟ ଅଗ୍ରୱାଲ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ

1 min read
Spread the love

ରାଉରକେଲା ପୋଲିସ ମୁଖ୍ୟାଳୟରେ ଶୁକ୍ରବାର ଆୟୋଜିତ ହୋଇଥିଲା ଏକ ସାମ୍ବାଦିକ ସମ୍ମିଳନୀ। ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିବା ସାମ୍ବାଦିକମାନଙ୍କୁ ଅମୁଲ ବ୍ରାଣ୍ଡ୍‌ର ଲସି ଦିଆଯାଇଥିଲା। ଏହି ଲସିକୁ ଦୟାଲ ଏଣ୍ଟରପ୍ରାଇସେର ବିନୟ ଅଗ୍ରୱାଲ ଯୋଗାଇଥିଲେ। ଏହି ଲସିକୁ ବ୍ୟବହାର କରିବାର ଅବଧି ଶେଷ ହୋଇଯଇଥିବା ସୂଚନା ମିଳିଛି। ଏହାପରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହାପରେ ଦୟାଲ ଏଣ୍ଟରପ୍ରାଇଜେସ କୁ ୧୦ହଜାର ଟଙ୍କାର ଜରିମାନା କରାଯାଇଥିଲା।

ଏହି ଘଟଣାରେ ବିନୟ ଅଗ୍ରୱାଲଙ୍କୁ ଗିରଫ କରାଯାଇ ମିଆଦ ପୂର୍ଣ୍ଣ ଲସି ବିକ୍ରୟ ମାମଲାରେ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ ଗୋଟିଏ ପ୍ୟାକେଟରେ 32ଟି ବୋତଲ ଥିବା ଅମୁଲ ଲସି ମଧ୍ୟରୁ ଅଧିକାଂଶ ଅବଧି ଶେଷ ହୋଇଯାଇଥିବା ପ୍ୟାକେଟ ଥିଲା। ଏହା ସହିତ ଅଭିଯୁକ୍ତଙ୍କ ଗୋଦାମରୁ ମଧ୍ୟ ଏକାଧିକ ଅବଧି ଶେଷ ହୋଇଥିବା ଲସି ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!