ସୁନ୍ଦରଗଡ଼ ବିଜେଡି ଦ୍ୱାରା ନୂତନଭାବେ ଯୋଗଦେଇଥିବା ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କୁ ସ୍ୱାଗତ
1 min read
ସୁନ୍ଦରଗଡ଼ ବିଜୁ ଜନତା ଦଳ ର ଏକ ପ୍ରତିନିଧି ମଣ୍ଡଳୀ ବରିଷ୍ଠ ନେତା ତଥା ଜିଲ୍ଲା ବିଜେଡିର ଉପସଭାପତି ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ- ଆଇଟିଡିଏଠାର ନୂତନ ପ୍ରକଳ୍ପ ପ୍ରଶାସକ ଭାବେ ଯୋଗ ଦେଇଥିବା ଧୀରେନ୍ଦ୍ର କୁମାର ସେଠିଙ୍କୁ ସାକ୍ଷାତ କରି ସ୍ୱାଗତ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା ଏକ ଆଦିବାସୀ ଜିଲ୍ଲା ହୋଇ ଥିବାରୁ ଜିଲ୍ଲା ର ଆଦିବାସୀ ମାନଙ୍କ ଉନ୍ନତି, ଆଦିବାସୀ ବାଳକ ବାଳିକା ମାନଙ୍କ ପାଇଁ ବିଭାଗ ତରଫରୁ ଖୋଲା ଯାଇଥିବା ବିଦ୍ୟାଳୟ ପାଠ ପଢ଼ୁଥିବା ଏବଂ ହଷ୍ଟେଲରେ ରହୁଥିବା ସମସ୍ତ ଅନ୍ତେବାସୀଙ୍କ ସମସ୍ତ ପ୍ରକାର ସୁବିଧା ସହିତ ଏହି ସମ୍ପ୍ରଦାୟ ଲୋକଙ୍କ ଜୀବନ ଜୀବିକା ଏବଂ ତାଙ୍କ ଲୋକକଲା ର ଉନ୍ନତି ପାଇଁ ଧ୍ୟାନ ଦେବାକୁ ବିଜେଡି ର ବରିଷ୍ଠ ନେତା ତଥା ଜିଲ୍ଲା ବିଜେଡି ଉପସଭାପତି ଜୟ ନାରାୟଣ ତ୍ରିପାଠୀ

ଶ୍ରୀ ସେଠୀଙ୍କୁ ଅନୁରୋଧ କରିଥିଲେ। ଏହି ସ୍ୱାଗତ ଓ ଆଲୋଚନା ସମୟରେ ପୂର୍ବତନ ନଗରପାଳ ତଥା ଜିଲ୍ଲା ବିଜେଡି ଉପସଭାପତି ବେଣୁଧର ତାଣ୍ଡିଆ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁରେନ୍ଦ୍ର ଭିତ୍ରିଆ, ବିଜେଡି ର ବରିଷ୍ଠ ଆଇନ ଜୀବି ପ୍ରହଲ୍ଲାଦ ଅଗ୍ରୱାଲ, ଦୁଇ ନମ୍ବର ୱାର୍ଡ କାଉନସିଲର ଅନିଲ ମହାପାତ୍ର, ଯୁବନେତା ମହମ୍ମଦ କଲିମ, ତ୍ରିଲୋଚନ କାକ, ପଙ୍କଜ ଶ୍ରେଷ୍ଠ ପ୍ରମୁଖ ଉପସ୍ଥିତ ଥିଲେ ।