ବାସୁଦେବପୁର ଜନକଲ୍ୟାଣ ପରିଷଦ ରାଉରକେଲା ଆନୁକୂଲ୍ୟରେ ‘ଇରମ ସହିଦ ସ୍ମୃତି ଦିବସ’ ପାଳିତ

1 min read
Spread the love

ପରାଧୀନ ଭାରତରେ ସ୍ବାଧୀନ ସୂର୍ଯ୍ୟର ଉଦୟ ପାଇଁ ଭାରତ ବ୍ୟାପି କେତେ ଆନ୍ଦୋଳନ ହୋଇଥିଲା ଏବଂ କେତେ ସ୍ବାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ ତା’ର ସଠିକ ହିସାବ ଆମ ଐତିହାସିକ ମାନେ ଦେଇ ପାରିନାହାଁନ୍ତି। ମାତ୍ର, ତତ୍କାଳୀନ ଅବିଭକ୍ତ ବାଲେଶ୍ୱର (ବର୍ତ୍ତମାନର ଭଦ୍ରକ) ଜିଲ୍ଲା ବାସୁଦେବପୁର ବ୍ଲକ୍ ର ଇରମ ଠାରେ ୧୯୪୨ ଯେଉଁ ଦୁର୍ବାର ଆନ୍ଦୋଳନର ସୂତ୍ରପାତ ହୋଇଥିଲା, ତାକୁ ଦମନ କରିବାକୁ ଯାଇ ସେପ୍ଟେମ୍ବର ମାସ ୨୮ ତାରିଖ ଦିନ ଇଂରେଜ ଫଉଜ ଯେଉଁ ଗଣ ସଂହାର କରିଥିଲେ, ସେଥିରେ ସରକାରୀ ହିସାବରେ ୨୯ଜଣ ସହିଦ ହୋଇଥିବାର ପ୍ରମାଣ ମିଳେ। ଇତିହାସର ସେହି କଳଙ୍କିତ ଅଧ୍ୟାୟକୁ ମନେପକାଇ ପ୍ରତିବର୍ଷ ଇରମ ସମେତ ଓଡିଶାର ବିଭିନ୍ନ ସ୍ଥାନରେ ‘ଇରମ ସହିଦ ସ୍ମୃତି ଦିବସ’ ପାଳିତ ହୋଇ ଆସୁଛି। ଆଜି ବାସୁଦେବପୁର ଜନକଲ୍ୟାଣ ପରିଷଦ ରାଉରକେଲା ଆନୁକୂଲ୍ୟରେ ଛେଣ୍ଡ୍ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଡାକ୍ତର ରବିନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଓଡିଶା ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ  ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ଏବଂ ଅନ୍ୟତମ ବକ୍ତା ଭାବେ ହୃଷୀକେଶ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଭବେଶ ଚନ୍ଦ୍ର ସାହୁ ଯୋଗ ଦେଇ ଇରମର ସେହି ଅଦ୍ୱିତୀୟ ଆନ୍ଦୋଳନର ପୃଷ୍ଠଭୂମି ଏବଂ ଭାରତର ସ୍ଵାଧୀନତା ସଂଗ୍ରାମରେ ଇରମ ଗୁଳି କାଣ୍ଡର ମହତ୍ଵ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ।ଆଲୋଚନା ଆରମ୍ଭ କରି ଶ୍ରୀ ଭବେଶ ଚନ୍ଦ୍ର ସାହୁ ଇତିହାସର ଅବକ୍ଷୟ ଏବଂ ଉତ୍ତର ପୀଢ଼ିର ଦାୟିତ୍ଵ ସମ୍ପର୍କରେ ସଚେତନ କରାଇଥିଲେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ତ୍ରିପାଠୀ ତାଙ୍କ ଅଭିଭାଷଣରେ ସ୍ବାଧୀନତା ପରବର୍ତ୍ତୀ ରାଜତନ୍ତ୍ର, ମୋଗଲ ଶାସନ ଏବଂ ଇଂରେଜ ଶାସନ ବିରୁଦ୍ଧରେ ସମଗ୍ର ଭାରତବର୍ଷ, ବିଶେଷ କରି ଓଡ଼ିଶାର ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଯେଉଁ ଦୁର୍ବାର ଜନ ଆନ୍ଦୋଳନ ଗଢ଼ି ଉଠିଥିଲା, ତା’ର ପରିଣାମ ସ୍ୱରୂପ ଇରମ ଗୁଳି କାଣ୍ଡରେ କିପରି ୨୯ଜଣ ସ୍ବାଧୀନତା ସଂଗ୍ରାମୀ ସହିଦ ହୋଇଥିଲେ ତାହା ବିଶଦ ଭାବରେ ବର୍ଣ୍ଣନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ଭାରତର ସ୍ଵାଧୀନତା ସଂଗ୍ରାମକୁ ଇରମ ମାଟିର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଥମେ ଅତିଥି ମାନେ ସହିଦ୍ ମାନଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ପ୍ରଜ୍ବଳନ ସହ ଧୂପ ପୁଷ୍ପ ଅର୍ପଣ ପରେ ସହିଦ୍ ମାନଙ୍କ ଉଦ୍ଦେଶ୍ୟରେ ସମସ୍ତେ  ନିରବ ପ୍ରାର୍ଥନା କରିଥିଲେ। ସାଂସ୍କୃତିକ ସଂପାଦକ ବିବେକାନନ୍ଦ ପଣ୍ଡାଙ୍କ ବାଦ୍ୟ ଯନ୍ତ୍ର ସହାୟତାରେ ସଙ୍ଗୀତଜ୍ଞ ରମାକାନ୍ତ ବେହେରା ଏବଂ  ଦୀପକ୍ କୁମାର ରାଉତ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସାଧାରଣ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ ସ୍ବାଗତ ଅଭିଭାଷଣ ସହ ପରିଷଦର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ବରିଷ୍ଠ ସଦସ୍ୟ ରାଜକୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁଗ୍ମ ସମ୍ପାଦକ ଏସ.କେ. ଦାସ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ନର୍ଥ ସାଉଥ୍ ଫାଉଣ୍ଡେସନ ଦ୍ବାରା ପ୍ରେରିତ ୨୫ହଜାର ଟଙ୍କାର ଶିକ୍ଷା ବୃତ୍ତି ଚେକ୍ ଏନ୍.ଆଇ.ଟି, ରାଉରକେଲାର ଇଲେକ୍ଟ୍ରିକାଲ ବିଭାଗର ମେଧାବୀ ଛାତ୍ର ପ୍ରତୀକ କୁମାର ଦାଶଙ୍କୁ ପ୍ରଦାନ କରାଯାଇଥିଲା।

ସଭାର ଦ୍ବିତୀୟ ପର୍ଯ୍ୟାୟରେ କବି ବଳରାମ ରାଉଳ ଏବଂ ସ୍ନେହଲତା ପଟ୍ଟନାୟକଙ୍କ ସଂଯୋଜନାରେ ତ୍ରିଲୋଚନ ସ୍ବାଇଁ, ଅଜୟ କୁମାର ମହାନ୍ତି, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରଶ୍ମି ସାହୁ, ସୁଶାନ୍ତ କୁମାର ନାୟକ, ରାଜକୁମାର ମହାନ୍ତି, ଇଂ. ଅଶୋକ କୁମାର ପଟ୍ଟନାୟକ, କୁଞ୍ଜବିହାରୀ ରାଉତ ଏବଂ ସ୍ନେହଲତା ପଟ୍ଟନାୟକ ପ୍ରମୁଖ ଇରମର ସ୍ବାଧୀନତା ଆନ୍ଦୋଳନ ପୃଷ୍ଠଭୂମିରେ ଦେଶାତ୍ମବୋଧକ କବିତା ପାଠ କରିଥିଲେ। ସହ କୋଷାଧ୍ୟକ୍ଷ ଉଦୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସନାତନ ପତି, କୃପାସିନ୍ଧୁ ବେହେରା, ଉପେନ୍ଦ୍ର ଦାଶ, ସତ୍ୟଜିତ ସାହୁ, ମଧୁମିତା କର, ସାବିତ୍ରୀ ଦାସ, ଅଞ୍ଜୁ ବାରିକ, ବିଶ୍ବନାଥ ସାହୁ,  ବିଶ୍ବନାଥ ଜେନା ଏବଂ ଅଚ୍ୟୁତାନନ୍ଦ ଦାସ ପ୍ରମୁଖ କର୍ମକର୍ତ୍ତା ମାନେ ସହାୟତା କରିଥିବାବେଳେ ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡା, ଇଂ. ନବଘନ ସାହୁ , ରୀତି ପଟ୍ଟନାୟକ , ଅଞ୍ଜଳି ପଟ୍ଟନାୟକ, ହରିହର ଶତପଥୀ, ଗିରିଜା ଶଙ୍କର ଗୋସ୍ବାମୀ, ଜଗବନ୍ଧୁ ଜେନା, ଡାକ୍ତର ଗୋକୁଳାନନ୍ଦ ସାହୁ, ସବିତା ସାହୁ, ଗୀତା ସେନାପତି, ସୁପ୍ରିୟା ମହାନ୍ତି, ଅଜୟ କୁମାର ଦାସ, ଅଶୋକ ଶୁକ୍ଳ,  ସଂଯୁକ୍ତା ଶୁକ୍ଳ, ଶ୍ରୀନିବାସ ରାୟ, ଶରତ ଧଳ, ମୀମାଂସା ପ୍ରଧାନ, ଶଶାଙ୍କ ଶେଖର ପଣ୍ଡା, ଅକ୍ଷୟ କୁମାର ଦାସ, ରାଧାମୋହନ ନାୟକ, ଅରବିନ୍ଦ ପାତ୍ର, ଗୋପାଳ ପ୍ରସାଦ ଜେନା, ମୁରାରୀ ପ୍ରଧାନ, ଉମେଶ ଚନ୍ଦ୍ର ଜେନା, ଶେଷଦେବ ପଣ୍ଡା, ଜ୍ୟୋସ୍ନାମୟୀ ପତି,  ଧୃବ ଚରଣ ନାୟକ, ମୀନକେତନ ପଶାୟତ, କୈଳାଶ ଚନ୍ଦ୍ର ସାମଲ, ମିନତି ଦାଶ, କୁମୁଦିନୀ ଦାସ, ନିୟତି ସାହୁ, ପ୍ରମିଳା ଦେଓ, ଶରତଚନ୍ଦ୍ର ମହାନ୍ତି, ସୀତାରାମ ସାହୁ, ସାଗର ରଞ୍ଜନ ପାଢ଼ୀ, ଜେ.ଏମ. ପ୍ରହରାଜ, ମଧୁସୂଦନ ବଳ, ଗଦାଧର ରଥ, ଅତୁଲ୍ୟ କୁମାର ମହାଖୁଡ଼ ପ୍ରମୁଖ ସହରର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ସାହିତ୍ୟିକ ଏବଂ ବୁଦ୍ଧିଜୀବୀ ଶତାଧିକ ସଂଖ୍ୟାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!