ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ମିଶ୍ରଣ ପର୍ବ ଆୟୋଜିତ

1 min read
Spread the love

ରାଉରକେଲା ଗସ୍ତ ଅବସରରେ ସେକ୍ଟର-୨୧ ସ୍ଥିତ କଂଗ୍ରେସ ଭବନ ପରିସରରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଏହି ଅବସରରେ ଦଳର ବରିଷ୍ଠ ନେତା ପ୍ରଭାତ ମହାପାତ୍ର, ବିରେନ ସେନାପତିଙ୍କ ସମେତ କାର୍ଯ୍ୟକାରୀ ସଭାପତି ଦେବବ୍ରତ ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସହରର ସମେତ ଆଖପାଖ ଅଞ୍ଚଳର ଶତାଧୀକ ମହିଳା କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ସମସ୍ତଙ୍କୁ ଶ୍ରୀ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ସ୍ବାଗତ କରିଥିଲେ । ଏହି ଅବସରରେ ସହରର ଅନ୍ୟତମ ଯୁବ ସମାଜସେବୀ ରାଜଲକ୍ଷ୍ମୀ ପାତ୍ର ଏବଂ ଅନ୍ୟମାନେ ଦଳରେ ଯୋଗଦେଇଥିଲେ। ଦଳର ଆଦର୍ଶ ଓ ନୀତିରେ ଉଦ୍‌ବୁଦ୍ଧ ହୋଇ ଶ୍ରୀମତୀ ପାତ୍ର ଦଳରେ ଯୋଗଦେଇଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!