ବାସନ୍ତୀ କଲୋନୀ ସ୍ଥିତ ଲାକ୍ଷେଘର ସମାଜ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଯୋଗଦାନ
1 min read
ରାଉରକେଲା ସହରର ବାସନ୍ତୀ କଲୋନୀ ଅଞ୍ଚଳର ଡିଏଭି ଛକ ସ୍ଥିତ ଲାକ୍ଷେଘର ସମାଜ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଯୋଗଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରବୋଧ ଦାଶଙ୍କ ନେତୃତ୍ବରେ ଦଳର ବିଭିନ୍ନ ବର୍ଗର ନେତା ଓ କର୍ମୀମାନେ ଯୋଗଦେଇଥିଲେ । ଶ୍ରୀ ପଟ୍ଟନାୟକଙ୍କ ତାଙ୍କ ବକ୍ତବ୍ୟରେ ନୂଆଖାଇ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଶହ ଶହ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟତମ ଆକର୍ଷଣ ଥିଲା ସମ୍ବଲପୁରୀ ନୃତ୍ୟ ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବାସନ୍ତୀ କଲୋନୀ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିଶାଳା ଶୋଭାଯାତ୍ରାରେ ଶ୍ରୀ ପଟ୍ଟନାୟକ ପଦଯାତ୍ରା କରିବା ସହ ଘରେ ଘରେ ହାତ ଓ କଂଗ୍ରେସ ବାର୍ତ୍ତା ପ୍ରଚାର କରିଥିଲେ ।