ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ

1 min read
Spread the love

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ତାଙ୍କର ଦୁଇଦିନିଆ ରାଉରକେଲା ଗସ୍ତ ଆରମ୍ଭ ହୋଇଛି। ରାଉରକେଲା ସହରର ରାଉରକେଲା ହାଉସଠାରେ ସେ ଅବସ୍ଥାନ କରୁଥିବା ସମୟରେ ବିଭିନ୍ନ ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ୨୪ବର୍ଷ ଧରି ଶାସନରେ ରହିଥିବା ମୁଖ୍ୟମନ୍ତ୍ରୀ ସାରା ଦେଶରେ ରାଜ୍ୟବାସୀଙ୍କୁ ଦେଖା ନକରିବାରେ ରେକର୍ଡ କରିଛନ୍ତି। ରାଜ୍ୟରେ ବେକାରୀ, ନାରୀ ନୀର୍ଯ୍ୟାତନା ସହିତ ଗରିବୀ ଚରମ ସୀମାରେ ପହଞ୍ଚିଛି।

ଏହି କ୍ରମରେ ସେପ୍ଟେମ୍ବର ୨୫ ତାରିଖରୁ ରାଜ୍ୟ କଂଗ୍ରେସ ପକ୍ଷରୁ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ତାଙ୍କ ସୂଚନା ମୁତାବକ ଉଭୟେ କେନ୍ଦ୍ରରେ ଶାସନ କରୁଥିବା ବିଜେପି ନେତୃତ୍ୱାଧିନ ସରକାର ଓ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରଙ୍କୁ ସମାଲୋଚନା କରିଥିଲେ। ଏହା ସହିତ ଆସନ୍ତା ନିର୍ବାଚନ ପାଇଁ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ଶ୍ରୀ ପଟ୍ଟନାୟକ କହିଥିଲେ। ତାଙ୍କ ଅବସ୍ଥାନ ସମୟରେ ସେ ବିଭିନ୍ନ ସ୍ଥାନରେ ଦଳର କର୍ମୀ ଓ ନେତାଙ୍କ ସହିତ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।  

Leave a Reply

Your email address will not be published. Required fields are marked *

error: Content is protected !!