ଆର୍‌ଏସପି ପକ୍ଷରୁ ସ୍ବଚ୍ଛତା ହିଁ ସେବା ଅଭିଯାନ ପାଳନ ଉପଲକ୍ଷେ ସ୍ବଚ୍ଛତା ଦୌଡ ଆୟୋଜିତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନାରେ ସ୍ବଚ୍ଛତା ହିଁ ସେବା ଅଭିଯାନ ପାଳନ ଉପଲକ୍ଷେ ଏକ ସ୍ବଚ୍ଛତା ଦୌଡ ଆୟୋଜିତ ହୋଇଥିଲା।ଆରଏସପି ସହର ପ୍ରଶାସନ ଓ ସିଏସଆର ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ ସେପ୍ଟେମ୍ବର ୨୭ ତାରିଖରେ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଏହି ଦୌଡର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପିଏଚ, ଏସଡବ୍ଲୁ ଓ ବିମାନବନ୍ଦର ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ଆର କେ ବର୍ମା ଓ କ୍ରୀଡା ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଦୌଡ଼ରେ ରାଉରକେଲା ଏବଂ ପାର୍ଶ୍ଵାଞ୍ଚଳର ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସମସ୍ତେ ସ୍ବଚ୍ଛତା ସଂକଳ୍ପ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ କ୍ରୀଡା ବିଭାଗର ସହକାରୀ ପରିଚାଳକ ରଘୁନନ୍ଦନ ପାଢି ସଂଯୋଜନା କରିଥିଲେ।ଆରଏସପିର ବିଭିନ୍ନ ବିଭାଗରେ ମଧ୍ୟ ଏହି ଅଭିଯାନ ପାଳନ ଅନ୍ତର୍ଗତ ସ୍ବଚ୍ଛତା ସଂକଳ୍ପ ପାଠ ଉତ୍ସବମାନ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!