ଆର୍‌ଏସପି ଦ୍ଵାରା ରାଜଭାଷା ପକ୍ଷ ପାଳନ ଉପଲକ୍ଷେ ନାଟକ ସନ୍ଧ୍ୟା ଆୟୋଜିତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ରାଜଭାଷା ପକ୍ଷ ପାଳନ ଉପଲକ୍ଷେ ସିଭିକ୍ ସେଣ୍ଟର ଠାରେ କାରଖାନା କର୍ମଚାରୀମାନଙ୍କ ଦ୍ଵାରା ଏକ ହାସ୍ୟରସପୁର୍ଣ୍ଣ ହିନ୍ଦୀ ନାଟକ ଏବଂ ଓଡିଆ ନାଟକ ମଞ୍ଚସ୍ଥ ହୋଇଥିଲା। ରାଉରକେଲା ଇସ୍ପାତ କାରଖାନା ଏବଂ ବୋକାରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହି ଅବସରରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା ସୀମା ଦେବ ଭୌମିକ, କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏସ୍ ଆର ସୂର୍ଯ୍ୟବଂଶୀ,  କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ ଶତପଥୀ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ବି କେ ହୋତାଙ୍କ ସମେତ କାରଖାନାର ଅନେକ ବରିଷ୍ଠ ଅଧିକାରୀ, ନାଟକ ପ୍ରେମୀ ଏବଂ କଳାକାରମାନଙ୍କ ପରିବାର ସଦସ୍ୟମାନେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ମଞ୍ଚସ୍ଥ ହୋଇଥିବା ପ୍ରଥମ ନାଟକ ଥିଲା ହିନ୍ଦୀ ନାଟକ ‘ବଡି ମୁଶ୍କିଲ ହୈ’ ଅର୍ଥାତ୍‌ ‘ଅନେକ ଅସୁବିଧା’ ଯାହା ପ୍ରେମ ଜୀବନ ଉପରେ ଆଧାରିତଥିଲା । ଏହି ନାଟକଟି ଅକସିଜେନ ପ୍ଳାଣ୍ଟ ବିଭାଗର ଏସଓଏସଟି ପରେଶ ରଂଜନ ମହାତୋଙ୍କ ନିର୍ଦ୍ଦେଶନା ସହିତ ପରିବହନ ବିଭାଗର ଅପରେଟର ସରୋଜ କବିଙ୍କ ରଚନା ଥିଲା । ସେହିଭଳି ଓଡ଼ିଆଆ ନାଟକ ‘ହସ୍ତ ରେଖା’ ମାଧ୍ୟମରେ ଲୋକଙ୍କ ହାତଦେଖାରୁ ଭବିଷ୍ୟବାଣୀକୁ ନେଇ ବିଶ୍ୱାସ ସମ୍ବନ୍ଧୀୟ ଧାରଣାକୁ ସାମ୍ନାକୁ ଆଣିଥିଲା । ଏହି ନାଟକଟିକୁ ସିପି-୨ ବିଭାଗର ଏମଓଏମଟି ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ନିର୍ଦ୍ଦେଶନା ଦେଇଥିବା ବେଳେ ଏବଂ ଏସଏମଏସ-୨ ବିଭାଗର ଏମଓଏମଟି ପ୍ରଭାକର ପାତ୍ର ଏହାର ରଚନା କରିଥିଲେ । ନାଟକ ଦୁଇଟିକୁ ନାଟ୍ୟପ୍ରେମୀମାନେ ଉପଭୋଗ କରିଥିଲେ । ଶେଷରେ ନାଟକର କଳାକାରମାନଙ୍କୁ ସେମାନଙ୍କର ଚମତ୍କାର ଅଭିନୟ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । 

ଏହି କାର୍ଯ୍ୟକ୍ରମକୁ ଲୋକସମ୍ପର୍କ ବିଭାଗର ଏମଟି, ଜୟଦେବ ମଜୁମଦାର ସଂଯୋଜନା କରିଥିବାବେଳେ ସହକାରୀ ପ୍ରବନ୍ଧକ ଶଶାଙ୍କ ଶେଖର ପଟ୍ଟନାୟକ ସମ୍ବର୍ଦ୍ଧନା ସମାରୋହ ପରିଚାଳନା କରିଥିଲେ ।  ଲୋକସମ୍ପର୍କ – ରାଜଭାଷା ୟୁନିଟ୍ ତଥା ଲୋକ ସମ୍ପର୍କ ବିଭାଗର ମହାପ୍ରବନ୍ଧକ ଓ ସଂଚାରମୁଖ୍ୟ ଅର୍ଚ୍ଚନା ଶତପଥୀ ଏବଂ ଏଜିଏମ ସୁଶ୍ରୀ ଲୋଲାଟି ଟପ୍ପୋଙ୍କ ତତ୍ତ୍ବାବଧାନରେ  କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।  

ହିନ୍ଦୀ ନାଟକରେ ଏସପିପି ବିଭାଗର ଏମଓଏମଟି ରମେଶ ଚନ୍ଦ୍ର ସେଠୀ, କୋକ ଓଭେନ ବିଭାଗର ଅପରେଟର ଦୀପକ କୁମାର ଦେ, ଏଫଏମଏମ ବିଭାଗର ମାଷ୍ଟର ଅପରେଟର ଗଜେନ୍ଦ୍ର ନାଥ ମୁର୍ମୁ, ପରିବହନ ବିଭାଗର ମାଷ୍ଟର ଅପରେଟର କ୍ଷୀରୋଦ କୁମାର ବାଡତ୍ୟା, କାର୍ମିକ ସାଧାରଣ ପ୍ରଶାସନ ବିଭାଗର କାର୍ଯ୍ୟାଳୟ ସହକାରୀ ସବ୍ୟସାଚି ଦାଶ, ଏଚଏସଏମ-୨ ବିଭାଗର ମାଷ୍ଟର ଟେକ୍ନିସିଆନ ସୁଭାଷ ବସୁ, ଆର ଆଣ୍ଡ ସି ଲ୍ୟାବ ବିଭାଗର ଓସିଟି ବିଷ୍ଣୁପ୍ରିୟ ପଟ୍ଟନାୟକ ଓ ଲ୍ୟାବ ଟେକ୍ନିସିଆନ ସୂର୍ଯ୍ୟକାନ୍ତ ସାହୁ,  ସୁଶ୍ରୀ ଜ୍ୟୋତ୍ସନା ରାଣୀ ସାହୁ, ସୁଶ୍ରୀ ମମତାଞ୍ଜଳି ଦାସ, ସତ୍ୟ କୁମାର ଏବଂ ଫହିମ ଖାନ ପ୍ରମୁଖ ଅଭିନୟ କରିଥିଲେ ।

ଓଡିଆ ନାଟକରେ କଳାକାରଭାବେ ପରିବହନ ବିଭାଗର ଜୁନିୟର କଣ୍ଟ୍ରୋଲର ଜୟନ୍ତ କୁମାର ମହାପାତ୍ର, ବିଦ୍ୟୁତ ବିତରଣ ବିଭାଗର ସହକାରୀ ପ୍ରବନ୍ଧକ ତ୍ରିପତି ନାରାୟଣ ମିଶ୍ର,  କ୍ରେନ୍ ରକ୍ଷଣାବେକ୍ଷଣ ବିଭାଗର ସିନିୟର ଟେକନିସିଆନ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ଏସଏମଏସ-୨ ବିଭାଗର ଏମଓଏମଟି ସୁଶାନ୍ତ କୁମାର ମହାନ୍ତି ଓ ସାଗର ମୁଣ୍ଡା, ପ୍ଳେଟ ମିଲ ବିଭାଗର ଓସିଟି ଅମିୟ କୁମାର ସାହୁ, ପ୍ଳେଟ ମିଲ ବିଭାଗର ସିନିୟର ଟେକନିସିଆନ ଅଶୋକ କୁମାର ରାଉତ, ସିପି-୨ ବିଭାଗର ଏସଓଏସଟି ସୁଶାନ୍ତ କୁମାର ଦଳାଇ, କ୍ରେନ୍ ରକ୍ଷଣାବେକ୍ଷଣ ବିଭାଗର ସିନିୟର ଟେକନିସିଆନ ଶ୍ରୀକାନ୍ତ ମହାପାତ୍ର, ରୋଲ ସପ ବିଭାଗର ଏସଓଏସଟି ରାମଚନ୍ଦ୍ର ଗୌଡ, ପ୍ଲେଟ୍ ମିଲ୍ ବିଭାଗର ଆସିଷ୍ଟାଣ୍ଟ ରୋଲର ଜି ସି ପରିଜା, ସୁଶ୍ରୀ ସୁଷମା ରାଣୀ ସାହୁ ଏବଂ ସୁଶ୍ରୀ ସୁପ୍ରଭା ସାହୁ ପ୍ରମୁଖ ଦାୟିତ୍ବ ନିର୍ବାହ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!