ଆରଏସପି ଦ୍ଵାରା ଲାଠିକଟା ବ୍ଲକର ଗ୍ରାମୀଣଙ୍କୁ ଛତୁ ଚାଷ ତାଲିମ
1 min read
ରାଉରକେଲା ଇସ୍ପାତ କାରଖାନା (ଆରଏସପି) ର କର୍ପୋରେଟ ସାମାଜିକ ଦାୟିତ୍ଵ ବିଭାଗ ପାର୍ଶ୍ଵାଞ୍ଚଳ ଲୋକଙ୍କର ଆର୍ଥିକ ସଶକ୍ତିକରଣ ନିମନ୍ତେ ଏକ ପ୍ରୟାସ ସ୍ୱରୂପ ଛତୁ ଚାଷ ତାଲିମ ପ୍ରଦାନ କରୁଛି। ପାର୍ଶ୍ଵାଞ୍ଚଳ ବିକାଶ ପ୍ରତିଷ୍ଠାନଠାରେ ଅନୁଷ୍ଠିତ ଛତୁ ଚାଷ ତାଲିମ କାର୍ଯ୍ୟକ୍ରମରେ ଲାଠିକଟା ବ୍ଲକ ଅନ୍ତର୍ଗତ ବଡମାରାଇନ, ସାନ ମାରାଇନ, ଟାଇଁସର ଓ ବିର୍ଡା ଗ୍ରାମର ୨୦ ଜଣ ଗ୍ରାମୀଣଙ୍କୁ ପାଳ ଛତୁ ଚାଷ ତାଲିମ ପ୍ରଦାନ କରାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମରେ ଢିଙ୍ଗ୍ରି ଛତୁ ଚାଷ ପ୍ରକ୍ରିୟା ଉପରେ ତତ୍ତ୍ୱଗତ ଓ ପ୍ରୟୋଗାତ୍ମକ ତଥ୍ୟ ଅନ୍ତର୍ଭୁକ୍ତ ଥିଲା।

ତାଲିମ କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ପ୍ରତ୍ୟେକ ହିତାଧିକାରୀଙ୍କୁ ନିଜ ସ୍ଥାନରେ ଚାଷ କରିବା ଏବଂ ଅନ୍ୟମାନଙ୍କୁ ଏଥିସମ୍ବନ୍ଧରେ ଉତ୍ସାହିତ କରିବା ପାଇଁ ଏକ ବୋତଲ ଛତୁ ମଞ୍ଜି ପ୍ରଦାନ କରାଯାଇଥିଲା। ସିଏସଆର ବିଭାଗର ମାଷ୍ଟର ଟ୍ରେନର ଟିଣ୍ଟସ୍ ଭେଙ୍ଗ୍ରା ଓ ଦଲପୋଷ ଆଦର୍ଶ ଇସ୍ପାତ ଗ୍ରାମର ସୁମନ ସ୍ଵୟଂ ସହାୟକ ଗୋଷ୍ଠୀର ମାଷ୍ଟର ଟ୍ରେନର, ସୁଶ୍ରୀ କମଳା ଟପ୍ପୋ ଏହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଲିମ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସହର ସେବା ବିଭାଗର ମହାପ୍ରବନ୍ଧକ ବିଭାବସୁ ମଲ୍ଲିକ ଅଧ୍ୟକ୍ଷତା କରି ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସିଏସଆର ବିଭାଗର ମହାପ୍ରବନ୍ଧକ ସୁଶ୍ରୀ ମୁନମୁନ ମିତ୍ର ସ୍ଵାଗତ ଅଭିଭାଷଣରେ ଆରଏସପିର ବିଭିନ୍ନ ସିଏସଆର କାର୍ଯ୍ୟଧାରା ଉପରେ ସୂଚନା ପ୍ରଦାନ କରିଥିଲେ। ବିଭାଗର ଏଜିଏମ, ଟି ବି ଟପ୍ପୋ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ସିନିୟର ଫିଲ୍ଡ ଆସିଷ୍ଟାଣ୍ଟ ବି ଏକ୍କା ଉଦଯାପନୀ ଉତ୍ସବ ସଂଯୋଜନା କରିଥିଲେ।