ଆରଏସପି ଦ୍ଵାରା ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳନ ଉପଲକ୍ଷେ ସଫେଇ ଅଭିଯାନ
1 min read
ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ପାଳିତ ହେଉଥିବା ସ୍ବଚ୍ଛତା ହିଁ ସେବା ଅଭିଯାନ ପାଳନ ଉପଲକ୍ଷେ ଆୟୋଜିତ ବ୍ୟାପକ ସଫେଇ କାର୍ଯ୍ୟକ୍ରମରେ କର୍ମଚାରୀ, ବଜାର କମିଟି ଏବଂ ରାଉରକେଲା ଶିଳ୍ପ ସହରାଞ୍ଚଳ ବାସିନ୍ଦାଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଇଛି । ଏହି କ୍ରମରେ ଇସ୍ପାତ ମାର୍କେଟ ୱେଲଫେୟାର ୱିଙ୍ଗ ଦ୍ୱାରା ଇସ୍ପାତ ମାର୍କେଟରେ ଏକ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା।

ଦୋକାନୀ ଏବଂ ସର୍ବସାଧାରଣ ମାର୍କେଟ ସଂଲଗ୍ନ ଅଞ୍ଚଳଗୁଡିକୁ ସ୍ଵେଚ୍ଛାକୃତ ରୂପେ ବ୍ୟାପକ ରୂପେ ସଫେଇ କରିଥିଲେ। ସେହିଭଳି ସେକ୍ଟର-୬ ସ୍ଥିତ ଭଗବତୀ ପଲ୍ଲୀ ବସ୍ତି ଅଞ୍ଚଳରେ ଆରଏସପିର ସ୍ଵଚ୍ଛତା ଗ୍ରୁପ୍-୨ ଦ୍ଵାରା ଅନୁରୂପ ଏକ ଅଭିଯାନ ଆୟୋଜିତ ହୋଇଥିଲା ଯେଉଁଥିରେ ଆରଏସପିର ଉତ୍ସର୍ଗୀକୃତ କର୍ମଚାରୀମାନେ ଏହି ଅଞ୍ଚଳକୁ ସଫା କରିଥିଲେ। ଏଥିରେ ସ୍ଥାନୀୟ ବାସିନ୍ଦାମାନେ ସାମିଲ ହୋଇ ଏହି ଅଞ୍ଚଳକୁ ସଫା କରିବାରେ ଯୋଗଦାନ ଦେଇଥିଲେ।