କ୍ବାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆ ପକ୍ଷରୁ ଦ୍ବଦିବସୀୟ କାର୍ଯ୍ୟକ୍ରମ : ଉତ୍ତମ ଭବିଷ୍ୟତ ପାଇଁ ଗୁଣାତ୍ମକ ଧାରଣା ପ୍ରତିପୋଷଣ ପାଇଁ ଆହ୍ୱାନ

1 min read
Spread the love

କ୍ବାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆ ର ରାଉରକେଲା ଶାଖା ପକ୍ଷରୁ ଛେଣ୍ଡ ସ୍ଥିତ ରିମ୍ସ ର ମିଳିତ ଆନୁକୂଲ୍ୟରେ ଦ୍ବିଦିବସୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍ତମ ଭବିଷ୍ୟତ ପାଇଁ ଗୁଣାତ୍ମକ ଧାରଣା ପ୍ରତିପୋଷଣ କରିବାକୁ ଅତିଥି ମାନେ ଆହ୍ୱାନ କରିଛନ୍ତି । ସମ୍ପ୍ରତି ପ୍ରତିଯୋଗିତା ମୂଳକ ବଜାର ରେ ପ୍ରତେକ କ୍ଷେତ୍ରରେ ଗୁଣାତ୍ମକ ଦିଗ ପ୍ରତି ଗୁରୁତ୍ୱ ଦେବାକୁ ହେବ । ବିଶେଷ କରି ଉତ୍ପାଦକତା କ୍ଷେତ୍ରରେ ଏହି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ଅତିଥି ମାନେ କହିଛନ୍ତି । ପ୍ରଥମ ଦିନ ଅନୁଷ୍ଠିତ ଉଦଘାଟନୀ ଉତ୍ସବ ରେ ଝାରସୁଗୁଡା ସ୍ଥିତ ବେଦାନ୍ତ ଲିମିଟେଡ଼ର ସି.ଓ.ଓ (ପାୱାର) ଅଜୟ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ରାଉରକେଲାରେ ଅବସ୍ଥାପିତ ଫ୍ୟାକ୍ଟ୍ରି ଓ ବୟେଲର ବିଭାଗ ର ଉପ ନିର୍ଦ୍ଦେଶକ ଇଂ ବିଭୁ ପ୍ରସାଦ, ରିମ୍ସ ର ନିର୍ଦ୍ଦେଶକ ଡଃ କେ. କେ ପାତ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ଏଥିରେ ଆର.ଏସ.ପି (ୱାର୍କସ ) ବିଭାଗର ନିର୍ବାହୀ ନିର୍ଦ୍ଦେଶକ ତଥା କ୍ୟୁସିଏଫଆଇ ରାଉରକେଲା ଚାପ୍ଟର ର ଚେୟାରମ୍ୟାନ ଇଂ. ଏସ ଆର ସୂର୍ଯ୍ୟବଂଶୀ ଏଥିରେ ଅଧ୍ୟକ୍ଷତା କରିଥିଲେ । କ୍ୟୁସିଏଫଆଇ ରାଉରକେଲା ଚାପ୍ଟରର ଭାଇସ ଚେୟାରମ୍ୟାନ ତଥା ବେଦାନ୍ତ ର ଅନ୍ୟତମ ଉପାଧ୍ୟକ୍ଷ ବିବେକ ସାକ୍ସେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ୩୧ତମ ଏହି ଆଲୋଚନାଚକ୍ରରେ ୧୯୭ ସର୍କଲ ର ପ୍ରାୟ ୯୦୦ ପ୍ରତିଯୋଗୀ ଓ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କର ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମୁଖ୍ୟ ଆବାହକ ତଥା ରାଉରକେଲା ଶାଖାର ସଂପାଦକ ସୁରେଶ ଚନ୍ଦ୍ର ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ ।


ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପତିଯୋଗିତା ର ବିଜେତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ କ୍ୟୁସିଏଫଆଇ ରାଉରକେଲା ଚାପ୍ଟର ର ଯୁଗ୍ମ ସମ୍ପାଦକ ଅଶୋକ ଜେନା ଓ କୋଷାଧକ୍ଷ ସି. ସାମଲ ସଂଯୋଜନା କରିଥିଲେ । ଅଙ୍କିତା ବିଲୁଙ୍ଗ ମଞ୍ଚ ସଞ୍ଚାଳନ କରିଥିଲେ । ଦ୍ୱିତୀୟ ଦିବସରେ ବେଲପାହାଡ ଟିଆରଏଲ ର ବରିଷ୍ଠ ଉପସଭାପତି ଡଃ ରାଜେଶ ସିଂହ, ରାଉରକେଲା ଚାମ୍ବର ଅଫ କମର୍ସର ଅଧ୍ୟକ୍ଷ ସୁନିଲ୍ କୟାଲ, ଆରଏସପିର ମହାପ୍ରବନ୍ଧକ ଏ ସି ସରକାର ଓ ଟିଆରଏଲ ର ମହାପ୍ରବନ୍ଧକ ଏସ କେ ସୁବୁଦ୍ଧି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସୁରକ୍ଷା , ସ୍ବଳ୍ପ ଖର୍ଚ୍ଚରେ ଅଧିକ ଉତ୍ପାଦନ, ଗୁଣାତ୍ମକ ଶିକ୍ଷା ଆଦି ସଂପର୍କରେ ଆଲୋଚନା କରିଥିଲେ । ଉପଦେଷ୍ଟା ଓ ପି ଅଗ୍ରୱାଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶ୍ରୀ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ସିଂହ ଉତ୍କୃଷ୍ଟ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପ୍ରଦାନ କରିଥିଲେ । ଏହି ପଦକ ହାସଲ କରିଥିବା ପ୍ରତିଯୋଗୀ ମାନେ ଆସନ୍ତା ଡିସେମ୍ବରରେ ନାଗପୁର ରେ ହେବାକୁ ଥିବା ଜାତୀୟ ସେମିନାରରେ ଯୋଗଦେବେ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!