ରାଉରକେଲାର ଦୁଇଜଣ ଛାତ୍ରନେତାଙ୍କ ମଧ୍ୟରୁ ବିଜେଡିରୁ ଜଣେ ନିଲମ୍ବିତ ଓ ଅନ୍ୟଜଣେ ବହିସ୍କୃତ
1 min read
ରାଉରକେଲା ସହରର ଦୁଇଜଣ ଚର୍ଚ୍ଚିତ ଛାତ୍ରନେତାଙ୍କ ମଧ୍ୟରୁ ବିଜେଡିରୁ ଜଣେ ନିଲମ୍ବିତ ଓ ଅନ୍ୟଜଣେ ବହିସ୍କୃତକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସୂଚନା ମୁତାବକ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ରବିନ୍ଦ୍ର ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି । ଅନ୍ୟପକ୍ଷରେ ଅନ୍ୟତମ ଯୁବ ନେତା ପ୍ରକାଶ ପଶାୱାନଙ୍କୁ ଦଳରୁ ବହିସ୍କାର କରାଯାଇଛି । ଏ ନେଇ ଦଲର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଦ୍ବାରା ଏକ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି । ନିଲମ୍ବନ ଓ ବହିସ୍କାର ତତ୍କାଳ ଲାଗୁ ହୋଇଥିବା ଦର୍ଶାଯାଇଛି । ଏହି ସୂଚନା ମିଳିବା ପରେ ସହରରେ ଚର୍ଚ୍ଚା ଆରମ୍ଭ ହୋଇଛି ।