ରୋଟାରୀ କ୍ଲବ୍ ପକ୍ଷରୁ କିଶୋରୀ ଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନାଚକ୍ର ଆୟୋଜିତ
1 min read
ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ଓ କୁଆରମୁଣ୍ଡା ଜମୁନାନାକୀ ସ୍ଥିତ ସାଇଭେଲି ୱାଲ୍ଡ ସ୍କୁଲର ମିଳିତ ଆନୁକୂଲ୍ୟରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋରୀ ସ୍ବାସ୍ଥ୍ୟ ରକ୍ଷା ସମ୍ବନ୍ଧୀୟ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ର ସଭାପତି ଗଣେଶ୍ବର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ସହିତ ସ୍କୁଲର ଅଧ୍ୟକ୍ଷା ମମତା ନାୟକଙ୍କ ଆବାହକତ୍ବ ଏହି କାର୍ଯ୍ୟକ୍ରମ ହୋଇଥିଲା । ସ୍କୁଲ୍ର ଶିକ୍ଷୟିତ୍ରୀ ଚାରୁ ଚୌହାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରୋଟାରୀଆନ ପ୍ରଫେସର ଡଃ ମୀନତି ପଣ୍ଡା ଯୋଗଦେଇ ଆଲୋଚ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଲବ କୁଇନ ର ପ୍ରାକ୍ତନ ସଭାପତି ହରପାଲ ସିଂହ ରୁପ୍ରା ଉପସ୍ଥିତ ଥିଲେ ।

ସ୍କୁଲର ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ଦୁଇଶହ ଛାତ୍ରୀ ଏଥିରେ ଅଂଶଗ୍ରହଣ କରିବା ସହ ସେମାନଙ୍କ ମନରେ ଥିବା ଅନେକ ପ୍ରଶ୍ନ ର ସଂଶୟ ଦୂର କରିଥିଲେ ଡଃ ପଣ୍ଡା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଲବ୍ର ପ୍ରଶାନ୍ତ କୁମାର ପାତ୍ର, ଅଜିତ ମୋହନ ପୂଜାରୀ, ଅନିତା ନାୟକ, ଅଶୋକ ମିଶ୍ର ଓ ସ୍କୁଲର ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ହରପାଲ ରୁପ୍ରାଙ୍କୁ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ କିରଣ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।