କେମିତି ଚାଲିଛି ସ୍ଥାନୀୟ ପ୍ରଶାସନ : ସୂଚନା ଗୋଟିଏ ପ୍ରକାର ଏବଂ କାର୍ଯ୍ୟ ଅନ୍ୟ ପ୍ରକାରର
1 min read
ରାଉରକେଲା ସ୍ଥାନୀୟ ପ୍ରଶାସନରେ ସବୁ କିଛି ଠିକ୍ ଚାଲି ନଥିବା ଜଣାପଡ଼ିଛି। କାରଣ କାର୍ଯ୍ୟରେ ଗୋଟିଏ କଥା ହେଉଥିଲାବେଳେ ସୂଚନା ଦିଆଯାଉଛି ଅନ୍ୟ ପ୍ରକାରର। ସୂଚନା ମୁତାବକ ସହରର ମୁଖ୍ୟ ରାସ୍ତା ଅଞ୍ଚଳରେ ରହିଛି ମାଡ଼ୁ ମହାରାଜ ଗଳି। ଏହି ଗଳିରେ କୌଣସି ବ୍ୟକ୍ତି ବା ଅନୁଷ୍ଠାନକୁ ୫ତାଲା ଘର କରିବା ପାଇଁ ଅନୁମତି ଦିଆଯାଇ ନାହିଁ ବୋଲି ରାଉରକେଲା

ମହାନଗର ନିଗମ ପକ୍ଷରୁ ଏକ ସୂଚନା ଅଧିକାର ଆଇନ ଅନ୍ତର୍ଗତ ଆବେଦନର ଦର୍ଶାଯାଇଛି। ଅନ୍ୟପକ୍ଷରେ ଆମ ସୂଚନା ମୁତାବକ ମାଡ଼ୁ ମହାରାଜ ଗଳିରେ ୫ତାଲା ଘର ନିର୍ମାଣ କରାଯାଇଛି। ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଯେ ପ୍ରଶାସନ ଓ ମହାନଗର ନିଗମର ଅଧିକାରୀ ଓ କର୍ତ୍ତୃପକ୍ଷ କରୁଛନ୍ତି କ’ଣ?