ଆଦର୍ଶ ପାଠାଗାର ପକ୍ଷରୁ ମାସିକ ସାହିତ୍ୟ ଆସର : ରାଧାନଥ ରାୟଙ୍କ ସମ୍ପର୍କରେ ଆଲୋଚନା

1 min read
Spread the love

ଆଧୁନିକ ଓଡ଼ିଆ ସାହିତ୍ୟର ଅଗ୍ରଗଣ୍ୟ କବିବର ରାଧାନାଥ ରାୟ ପ୍ରାଚୀନ ଓ ଆଧୁନିକ ଦର୍ଶନର ସମନ୍ୱୟରେ ସିଦ୍ଧହସ୍ତ ଥିଲେ ବୋଲି ମୁଖ୍ୟ ଆଲୋଚିକା ମ୍ୟୁନିସିପାଲ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ନୀତୁ ସେଠ୍ ଆଦର୍ଶ ପାଠାଗାର ଦ୍ବାରା ଆୟୋଜିତ ଆଦର୍ଶ ସାହିତ୍ୟ ଘର ଠାରେ ମାସିକ ସାହିତ୍ୟ ଆସରରେ କହିଛନ୍ତି୤ ଉପସଭାପତି ଡଃ ବସନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତା ଓ ଅର୍ଚ୍ଚନା ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସଭାପତି ଡଃ ସନାତନ ପ୍ରଧାନ ଅତିଥି ପରିଚୟ ସହିତ ବିଷୟ ଉପସ୍ଥାପନ କରିଥିଲେ। ସୁସ୍ଥ ସମାଜ ପାଇଁ ଅଧ୍ୟାତ୍ମର ବିଶେଷତ୍ଵ ଉପରେ ଆଧାରିତ ଗଳ୍ପ ‘ଅନ୍ବେଷଣ’ ପାଠ କରିଥିଲେ ପ୍ରାଧ୍ୟାପକ ଡଃ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ।

ଦ୍ବିତୀୟ ପର୍ଯ୍ୟାୟରେ କବି ସୁପ୍ତି କର ଓ ସୁଶାନ୍ତ ନାୟକଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ ରେ କବି ଅଜୟ କୁମାର ମହାନ୍ତି, ତ୍ରିନାଥ ସିଂ, ଉପେନ୍ଦ୍ର ବସ୍ତିଆ, ପ୍ରତାପ କୁମାର ପଣ୍ଡା, ସାଗର ମହାନ୍ତି, ସୁରେନ୍ଦ୍ର ପାଢ଼ୀ, ଆଶୁତୋଷ ଜ୍ୟୋତିଷୀ, ପ୍ରଣତି ବେହେରା, ରଶ୍ମି ସାହୁ ଓ ସଂଯୋଜିକା ଦ୍ବୟ ସ୍ବରଚିତ କବିତାମାନ ପାଠ କରିଥିଲେ। ଉପଦେଷ୍ଟା ଅଭୟ ଦାସ, ସଭାପତି ଚନ୍ଦ୍ରଶେଖର ଶତପଥୀ, ସମ୍ପାଦକ ବିଜୟ ପାତ୍ର, ଜ୍ୟୋତି ରଞ୍ଜନ ମହାପାତ୍ର, ମନୋଜ ପଣ୍ଡା, ପଞ୍ଚାନନ ପାତ୍ର, ଟୁକୁଲା ପାଢୀ, ଆର୍ତ୍ତତ୍ରାଣ ମହାପାତ୍ର, ସଂଜୀବ ଭୋଇ, ଦେବ ମହାପାତ୍ର, ଅନିଲ ଦାସ ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!