ରାଉରକେଲା କଲେଜ କୁ ଜମି ହସ୍ତାନ୍ତର ନେଇ ମୁଖ୍ୟମନ୍ତ୍ରୀ ଓ ସେଲ୍ ଅଧ୍ୟକ୍ଷ ଙ୍କୁ ପ୍ରଶାନ୍ତ ସେଠୀ ଙ୍କ ଦାବିପତ୍ର ପ୍ରଦାନ
1 min read
ରାଉରକେଲା କଲେଜ ଇସ୍ପାତ ସହର ରାଉରକେଲା ର ଏକ ପୁରାତନ କଲେଜ।1966 ମସିହାରୁ ସ୍ଥାପିତ ଏହି କଲେଜ ଇଭିନିଙ୍ଗ କଲେଜ ବା ସାନ୍ଧ୍ୟ ମହାବିଦ୍ୟାଳୟ ଭାବେ ପରିଚିତ।2014-15 ଶିକ୍ଷା ବର୍ଷ ରେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସେକ୍ଟର -7 ର ଏନ୍ ଏ ସି କଲେଜ କୁ ରାଉରକେଲା କଲେଜ ସହ ମିଶ୍ରଣ କରିଦିଆଗଲା।ତହା ପରଠାରୁ ସେକ୍ଟର -4 କଲେଜ ରେ ଉଭୟ+2 ଓ +3 କଳା ଓ ବାଣିଜ୍ୟ ର ସ୍ନାତକୋତ୍ତର ଡିଗ୍ରୀ ଚାଲୁଥିବା ବେଳେ ସେକ୍ଟର -7 ବିଲଡିଂ ରେ ବିଜ୍ଞାନ ପାଠପଢ଼ା ହୋଇଆସୁଛି। ଉଭୟ କଲେଜ ବିଲଡିଂ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧିନରେ ଥିବା ବେଳେ କଲେଜ ର ନିଜସ୍ଵ ଜମି ନଥିବାରୁ ଗ୍ରାଣ୍ଟ ଈନ ଆଡ ଓ ୟୁଜିସି ମାଧ୍ୟମରେ କଲେଜ ର ଉନ୍ନତି ପାଇଁ କୌଣସି ଅନୁଦାନ ମିଳିବା ପାଇଁ ସମସ୍ୟା ଦେଖାଦେଇଛି। ସେତେବେଳର ଆର୍ଏସପି ଅଧିନସ୍ଥ ଜମିରେ କଲେଜ ପ୍ରତିଷ୍ଠା ହେବାଋଅ ଇତି ମଧ୍ୟରେ ୫୫ବର୍ଷ ବିତିସାରିଛି। ଏହା ସହିତ କଲେଜ ସମ୍ପୂର୍ଣ୍ଣଭାବେ ସରକାରୀ ଅଧିନସ୍ଥ ହେବାର ଇତି ମଧ୍ୟରେ ୩୦ବର୍ଷରୁ ଅଧିକ ହୋଇସାରିଛି । ଏ ସବୁ ସତ୍ତ୍ବେ ସୁଦ୍ଧା ଆର୍ଏସପି ବା ସେଲ୍ କର୍ତ୍ତୃପକ୍ଷଙ୍କ ଦ୍ବାରା କଲେଜ ଚାଳୁଥିବା ପ୍ରାୟ ୭ଏକର ଜମି କଲେଜ ନାମରେ ହସ୍ତାନ୍ତର ହୋଇପାରିନାହିଁ । ଏହାକୁ ନେଇ ବିଭିନ୍ନ ସମୟରେ ଏକାଧିକ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଏ ଦିଗରେ ତୁରନ୍ତ ଜମି ହସ୍ତାନ୍ତର ପକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସମାଜସେବୀ ପ୍ରଶାନ୍ତ ସେଠୀ ତାଙ୍କ ସମର୍ଥକ ଙ୍କ ସହ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଙ୍କ ଜରିଆରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ର ନକଲ ୫ଟି ସଚିବ, ସେଲ୍ ଅଧ୍ୟକ୍ଷ ନୂଆଦିଲ୍ଲୀ, ଆରଏସପି ଡିଆଇସି ଓ ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କୁ ପଠାଇଛନ୍ତି । ଜିଲ୍ଲା ପ୍ରଶାସନ ଓ ଆରଏସପି ପକ୍ଷରୁ ରାଉରକେଲା କଲେଜର ସେକ୍ଟର-୪ ସ୍ଥିତ ଜମିର ମାପଚୁପ କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ କରି ସେଲ୍ ଅଧ୍ୟକ୍ଷ ଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ପଠାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଡା ମହାପାତ୍ର କହିଛନ୍ତି ଦାବି ପତ୍ର ଦେବା ସମୟରେ ସୀମାଞ୍ଚଳ ଖଣ୍ଡୁଆଳ,ବିଶ୍ବ ରଞ୍ଜନ ରାଉତ,ଜିତେନ ମାଛଖଣ୍ଡ,ଆଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଏହି କଲେଜ ଅଧିନକୁ ଆସିଥିବା ସେକ୍ଟର-୭ ସ୍ଥିତ କଲେଜର ଜମିର ମାପଚୁପ ଏ ପର୍ଯ୍ୟନ୍ତ ହୋଇ ନଥିବା ଜଣାପଡ଼ିଛି ।