
ସ୍ବର୍ଣ୍ଣକାର ସମିତି ସଂଘ ପକ୍ଷରୁ ଗଣେଶ ପୂଜା ବିସର୍ଜନ କାର୍ଯ୍ୟକ୍ରମ
ରାଉରକେଲା ସହରର ସ୍ବର୍ଣ୍ଣକାର ସମିତି ସଂଘ ପକ୍ଷରୁ ଗଣେଶ ପୂଜା ବିସର୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ବର୍ଣ୍ଣକାର ସମିତି ସଂଘର ସଦସ୍ୟମାନେ ସହରର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିଥିଲେ ।

ଏହି କ୍ରମରେ ଶୁକ୍ରବାର ସମିତିର ସଦସ୍ୟମାନେ ଏହିସବୁ ଗଣେଶ ମୂର୍ତ୍ତି ଗୁଡ଼ିକର ବିସର୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ସମିତିର ସଦସ୍ୟମାନେ ଏକତ୍ରିତ ହୋଇ ଆନନ୍ଦ ଉଲ୍ଲାସର ସହିତ ଶ୍ରୀଗଣେଶଙ୍କ ମୂର୍ତ୍ତିଗୁଡ଼ିକୁ ଶୋଭାଯାତ୍ରାରେ ନେଇଥିଲେ । ଏହାପରେ ଶେଶରେ ଜଳାସୟରେ ମୂର୍ତ୍ତିଗିଡ଼ିକର ଶାନ୍ତିଶୃଙ୍ଖଳାର ସହିତ ବିସର୍ଜନ କରାଯାଇଥିଲା । ଏଥିରେ ସମିତିର କର୍ମକର୍ତ୍ତା ଓ ସଦସ୍ୟମାନେ ସାମିଲ ହୋଇଥିଲେ ।