ହୋ ଭାଷାର ଲିପି ଉରାମ ଚିତି ର ସ୍ରଷ୍ଠା ଲାକୋ ବୋଦ୍ରାଙ୍କ ୧୦୪ ତମ ଜୟନ୍ତୀ ପାଳନ

1 min read
Spread the love

ରାଉରକେଲା ସହରର ସେକ୍ତର-୨୨ ବା ସାରନଗରୀ ସ୍ଥିତ ବୋଇତ ବନ୍ଦାଣ ପଡ଼ିଆରେ ହୋ ଭାଷାର ଲିପି ‘ଉରାମ ଚିତି’ ର ସ୍ରଷ୍ଠା ଲାକୋ ବୋଦ୍ରାଙ୍କ ୧୦୪ ତମ ଜୟନ୍ତୀ ପାଳନ ହୋଇଯାଇଛି। କେନ୍ଦ୍ରୀୟ ହୋ-ସମାଜ, ଦେଶାଉଲି ଫାଉଣ୍ଡେସନ, ସେକ୍ଟର-୧୫, ରାଉରକେଲାର କଲ‌ଚରାଲ ଆସୋସିଏସନ୍‌ ପକ୍ଷରୁ ମିଳିତଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ସମେତ ପଡ଼ୋଶୀ ରାଜ୍ୟରୁ ହୋ-ସମାଜର ସଦସ୍ୟମାନେ ଏଥିରେ ଯୋଗଦେଇଥିଲେ। ଏହି ଅବସରରେ ଲାକୋ ବୋଦ୍ରାଙ୍କ ଜୟନ୍ତୀ ପାଳନ ସହିତ ତାଙ୍କ କାର୍ଯ୍ୟର ସ୍ମୃତି ଚାରଣ  କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ହୋ-ସମାଜର ଜଣେ ପ୍ରତିନିଧି ତଥା ରାଉରକେଲା ସ୍ୱତନ୍ତ୍ର କାରାଗାରର ଅଧୀକ୍ଷକ ଜୀବନ ସିଂହ ମୁଣ୍ଡାଙ୍କ ସୂଚନା ମୁତାବକ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ହୋ ସମାଜର ଭାଷାଭାଷୀ ଲୋକମାନେ ଯୋଗଦେଇଥିଲେ। ଏହି ଅବସରରେ ହୋ ଭାଷାର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଥିଲା। ଏହା ସହିତ ଏହି ଅବସରରେ ହୋ ଭାଷାର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!