ପରୀକ୍ଷାମୂଳକ ଭାବେ ଚାଲିଲା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍
1 min read
ପୁରୀ-ରାଉରକେଲା-ପୁରୀ ମଧ୍ୟରେ ସେପ୍ଟେମ୍ବର ଶେଷ ସୁଦ୍ଧା ଚାଲିବାକୁ ଯାଉଛି ବନ୍ଦେ ଭାରତ ଏକ୍ସପ୍ରେସ୍। ବୁଧବାର ପୁରୀରୁ ସକାଳ ୫ଟାରେ ପୁରୀ ଷ୍ଟେସନ ଛାଡି ଅପରାହ୍ନ ପ୍ରାୟ ୧ ଘଣ୍ଟା ସମୟରେ ରାଉରକେଲାରେ ଷ୍ଟେସନରେ ପହଞ୍ଚିଥିଲା।

ଏହି ସମୟରେ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଟ୍ରେନ୍କୁ ସ୍ବାଗତ କରିଥିଲେ। ଏହାପରେ ଅପରାହ୍ନ ୨ଟା ୧୦ ମିନିଟ୍ରେ ରାଉରକେଲା ଷ୍ଟେସନ ଛାଡି ପୁରୀ ଅଭିମୁଖେ ବାହାରିଥିଲା ଟ୍ରେନ୍। ପୁରୀ-ରାଉରକେଲା ମଧ୍ୟରେ ମୋଟ ୮ଟି ଷ୍ଟେସନ ଯଥା ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଡେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡା ରହିଛି।ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର ଥିବାବେଳେ ଯତ୍ର ସମୟ ରହିଛି ୭ ଘଣ୍ଟା ୪୫ ମିନିଟ୍।

ପରୀକ୍ଷା ମୂଳକ ବା ଟ୍ରାଏଲ ରନ୍ ସମୟରେ ଟ୍ରେନ୍ଟି ଘଣ୍ଟା ପ୍ରତି ହାରାହାରି ୬୪ କିଲୋମିଟରରୁ ୬୮ କିଲୋମିଟର ମଧ୍ୟରେ ଗତି କରିଥିଲା।

ଏହି ଟ୍ରେନ୍ ଶନିବାର ବ୍ୟତୀତ ସପ୍ତାହର ୬ଦିନ ଚାଲିବ ବୋଲି ସୂଚନା ମିଳିଛି। ଶେଷ ସୂଚନା ମୁତାବକ ଏହି ତ୍ରେନ୍ ଚଳିତ ମାସ ଶେଷ ସୁଦ୍ଧା ବିଦ୍ଧିବଦ୍ଧଭାବେ ଚାଲିପାରେ।