ଆୟାପା କମିଟି ପକ୍ଷରୁ ନିର୍ମିତ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ର ପଶ୍ଚିମ ଦ୍ଵାର ଲୋକାର୍ପିତ
1 min read
ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ରାଉରକେଲା ର ପ୍ରାଚୀନ ଦେବପୀଠ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ର ପଶ୍ଚିମ ଦ୍ଵାର ଲୋକାର୍ପିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଇସ୍ପାତ କାରଖାନା ର ସହର ପ୍ରଶାସକ ତଥା ସିଜିଏମ ପି.କେ.ସ୍ବାଇଁ, ଆୟାପା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ମେନନ, ସଭାପତି ରଞ୍ଜନ ଶଶି, ଶ୍ରୀ ଶ୍ରୀ ଜଗନ୍ନାଥ ବୈଦ୍ୟନାଥ ମହାପ୍ରଭୁ ମନ୍ଦିର ଟ୍ରଷ୍ଟ ର ସଭାପତି ଗିରିଜା ଶଙ୍କର ଦ୍ବିବେଦୀ ପ୍ରମୁଖ ଯୋଗ ଦେଇଥିଲେ। ପୂଜାର୍ଚ୍ଚନା ପରେ ଉପସ୍ଥିତ ଅତିଥିମାନେ ନଡ଼ିଆ ଭାଙ୍ଗି ଫଳକ ରୁ ପରଦା ହଟାଇ ଉଦଘାଟନ ପରେ ଗେଟ୍ ର ତାଲା ସର୍ବସାଧାରଣ ଙ୍କ ନିମନ୍ତେ ଖୋଲାଯାଇଥିଲା।ଆୟାପା ମନ୍ଦିର ର ରୈପ୍ଯ ଜୟନ୍ତୀ ଉପଲକ୍ଷେ କମିଟି ୧୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ବିନିମୟରେ ଏହି ପଶ୍ଚିମ ଦ୍ଵାର ନିର୍ମାଣ କରିଥିଲେ। ଉପସ୍ଥିତ ଅତିଥିମାନେ ଆୟାପା କମିଟି କୁ ପ୍ରଶଂସା କରି ଏଭଳି ପ୍ରୟାସ ଅନ୍ୟ ଅନୁଷ୍ଠାନ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଥିଲେ।ଏହି ଉଦଘାଟନୀ ଉତ୍ସବକୁ ସଫଳ ସମ୍ପାଦନା ରେ ଆୟାପା କମିଟି ର ଉପସଭାପତି ସୁରେଶ କୁମାର, ସାଧାରଣ ସମ୍ପାଦକ ଜୟ କ୍ରିଷ୍ଣା, ସମ୍ପାଦକ ଭେନୁ ଗୋପାଲ ଓ ପ୍ରବନ୍ଧକ ଅନୀଲ କୁମାର ପ୍ରମୁଖ ସହଯୋଗ କରିଥିଲେ। ଅହିରାବନ୍ଧ ଜଗନ୍ନାଥ ର ମୁଖ୍ୟ ପୂଜକ, ଟ୍ରଷ୍ଟ ବୋର୍ଡ ର ସଦସ୍ୟ ମାନଙ୍କ ମଧ୍ୟରେ ସୁଧିର ସୁନ୍ଦର ରାୟ, ମିତ୍ରଭାନୁ ପଣ୍ଡା, ସୁଶାନ୍ତ ତ୍ରିପାଠୀ ,ଆୟାପା କମିଟି ର ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ବହୁ ସଂଖ୍ୟା ରେ ଏହି ଅବସରରେ ଉପସ୍ଥିତ ଥିଲେ। କମିଟି ପକ୍ଷରୁ ସମସ୍ତ ଙ୍କ ନିମନ୍ତେ କ୍ଷୀରି ର ବ୍ୟବସ୍ଥା କରାଯାଇଥିଲା।