ରାଉରକେଲା ସରକାରୀ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନ ପକ୍ଷରୁ ସମାବର୍ତ୍ତନ ଉତ୍ସବ
1 min read
ରାଉରକେଲା ସହରର ଅନ୍ୟତମ ପୂରାତନ ଶିକ୍ଷାନୁଷ୍ଠାନ ରାଉରକେଲା ସରକାରୀ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନ – ଆଇଟିଆଇର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ରାଉରକେଲା ସହରର ପୂର୍ତ୍ତବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋଜ ମହାନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଇଂ ଶ୍ରୀ ମହାନନ୍ଦ ତାଙ୍କ ବକ୍ତବ୍ୟରେ କୃତି ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଆଇଟିଆଇର ଭାରପ୍ରାପ୍ତ ଅଧ୍ୟକ୍ଷ ଡି ଖୁରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପାନପୋଷ ଏସ୍ଡିପିଓ ଉପାସନା ପାଢ଼ୀ ଏବଂ ଯୁବ ଶିଳ୍ପୋଦ୍ୟୋଗୀ ବିନିତ ସାଙ୍ଗ୍ଭି ଯୋଗଦେଇଥିଲେ। ଏହି ଅବସରରେ ଆଇଟିଆଇରେ ୨୧ଟି ବିଭିନ୍ନ ବିଭାଗରେ ଅଧ୍ୟୟନ କରି କୃତ କାର୍ଯ୍ୟ ହୋଇଥିବା ମୋଟ ୬୦ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ଶ୍ରୀ ଖୁରାଙ୍କ ସୂଚନା ମୁତାବକ ରାଉରକେଲା ସରକାରୀ ଆଇଟିଆଇର ୪ଜଣ ଛାତ୍ରଛାତ୍ରୀ- ବିକ୍ରମ ନାୟକ, ସରୋଜ ବେହେରା, ମାନସୀ ଖାଲ୍ଖୋ ଓ ଆକାଶ ବଡ଼ାଇକ ରାଜ୍ୟସ୍ତରରେ କୃତିତ୍ୱ ହାସଲ କରିଛନ୍ତି।