ରାଉରକେଲା ଇସ୍ପାତ କାରଖାନାରେ ଧାର୍ମିକ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ବିଶ୍ଵକର୍ମା ପୂଜା ପାଳିତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନାରେ ଦେବ ବିନ୍ଧାଣୀ ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା ଉତ୍ସବ ସେପ୍ଟେମ୍ବର ୧୭ ତାରିଖରେ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଆକର୍ଷଣୀୟ ଭାବେ ସଜ୍ଜିତ ପୂଜା ମଣ୍ଡପଗୁଡିକରେ ପୂଜିତ ହେଉଥିବା ପ୍ରଭୁ ବିଶ୍ଵକର୍ମାଙ୍କ କାରୁକାର୍ଯ୍ୟ ମଣ୍ଡିତ ମୃଣ୍ମୟ ମୂର୍ତ୍ତି, ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଭକ୍ତିଭାବ ଜାଗୃତ କରିଥିଲା। ଉଲ୍ଲେଖଯୋଗ୍ୟ ଯେ, କାରଖାନା ମଧ୍ୟରେ ଓ ଶିଳ୍ପ ସହରରେ ଉତ୍ସାହୀ କର୍ମଚାରୀମାନଙ୍କ ପ୍ରୟାସରେ ଶତାଧିକ ମଣ୍ଡପ ସ୍ଥାପିତ ହୋଇଛି ।

ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କ ସହିତ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀମାନେ କାରଖାନା ଓ ସହରାଞ୍ଚଳରେ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ ।

କର୍ମଚାରୀମାନଙ୍କ ସହ ଆଲୋଚନା ଅବସରରେ ଶ୍ରୀ ଭୌମିକ ସାମୁଦାୟିକଙ୍କ ସୃଜନଶୀଳତା ତଥା ଉତ୍ସାହର ଉଚ୍ଚ ପ୍ରଶଂସା କରିଥିଲେ। ଏହାପରେ ଡ଼ିଆଇସି ଅନ୍ୟ ଅତିଥି ମାନଙ୍କ ଗହଣରେ ଆରଏସପି ଦ୍ଵାରା ସ୍ଥାପିତ ତଥା ଦୀପିକା ମହିଳା ସଂଘତି ଦ୍ଵାରା ପରିଚାଳିତ, ଦୀପିକା ହସ୍ତ କର୍ଘାକୁ ଯାଇଥିଲେ।

ସଂଘତିର ଅଧ୍ୟକ୍ଷା, ସୀମା ଭୌମିକ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଏହି ଅବସରରେ ଉପସ୍ଥିତ ଥିଲେ । ହିନ୍ଦୁ ପୁରାଣ ଅନୁଯାୟୀ ଦେବ ବିନ୍ଧାଣୀ ପ୍ରଭୁ ବିଶ୍ଵକର୍ମାଙ୍କୁ ଶିଳ୍ପ, ସୃଜନଶୀଳତା ଏବଂ ପ୍ରତିଭାର ପ୍ରତୀକ ରୂପେ ପୂଜା କରାଯାଇଥାଏ। ରାଉରକେଲା ଇସ୍ପାତ କାରଖାନା ପରି ଏକ ବୈଷୟିକ ଜ୍ଞାନ କୌଶଳ କୈନ୍ଦ୍ରିକ ଶିଳ୍ପରେ ଏହି ପାଳନର ବିଶେଷ ମହତ୍ତ୍ଵ ରହିଛି । ଏଣୁ ଆରଏସପି ସାମୁଦାୟିକ କାରୁକାର୍ଯ୍ୟ ମଣ୍ଡିତ ତଥା ସୁଶୋଭିତ ମଣ୍ଡପମାନ ସ୍ଥାପନ କରି ସୃଜନଶୀଳତାର ପ୍ରତୀକ ପ୍ରଭୁ ବିଶ୍ଵକର୍ମାଙ୍କର ପୂଜାର୍ଚ୍ଚନା କରିଥାନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!